ଆରମ୍ଭ ହୋଇଛି ପ୍ରସିଦ୍ଧ ଦାଣ୍ଡଯାତ୍ରା, ବର୍ଷକରେ ଥରେ ଦାଣ୍ଡକୁ ଆସନ୍ତି ଠାକୁର

ବର୍ଷ କରେ ଥରେ ଠାକୁର ଦାଣ୍ଡରେ ଭୋଗ ଖାଇଥାନ୍ତି । ଏହି ଯାତ୍ରାରେ ଠାକୁରଙ୍କ ବିଭାନ ଗଲା ବେଳେ ବଜ଼ା ବାଣ ସହିତ ଘଣ୍ଟର ତଳେ ତଳେ ଠାକୁର ଯାଇଥାନ୍ତି । ରଘୁନାଥଙ୍କର ପ୍ରିୟ ହୋଇଥାଏ ବାଣ, ସେଥିପାଇଁ ଏହି ଦିନ ଅନେକ ବାଣ ଫୁଟାଯାଏ । ଏହି ଦାଣ୍ଡ ଯାତ୍ରାରେ ପ୍ରାୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଆସିଥାନ୍ତି ।

ଓଡିଶା ପ୍ରସିଦ୍ଧ ହେଉଛି ଦାଣ୍ଡଯାତ୍ରା, ଏହି ଯାତ୍ରା ଶ୍ରୀ ରଘୁନାଥ ଜୀୟୁ ଠାକୁର ବିଭାନରେ ମନ୍ଦିରରୁ ପଦାକୁ ଆସିଥାନ୍ତି । ବର୍ଷ କରେ ଥରେ ଠାକୁର ଦାଣ୍ଡରେ ଭୋଗ ଖାଇଥାନ୍ତି । ଏହି ଯାତ୍ରାରେ ଠାକୁରଙ୍କ ବିଭାନ ଗଲା ବେଳେ ବଜ଼ା ବାଣ ସହିତ ଘଣ୍ଟର ତଳେ ତଳେ ଠାକୁର ଯାଇଥାନ୍ତି । ରଘୁନାଥଙ୍କର ପ୍ରିୟ ହୋଇଥାଏ ବାଣ, ସେଥିପାଇଁ ଏହି ଦିନ ଅନେକ ବାଣ ଫୁଟାଯାଏ । ଏହି ଦାଣ୍ଡ ଯାତ୍ରାରେ ପ୍ରାୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଆସିଥାନ୍ତି । ଭକ୍ତ ମାନସିକ କାରି ଅପେକ୍ଷା କରିଥାଏ, ଏହି ଦାଣ୍ଡ ଯାତ୍ରା ସମୟକୁ । ଭକ୍ତମାନେ ଠାକୁରଙ୍କୁ ବିଭାନରେ ଦର୍ଶନ ପାଇଁ କହି କେତେ ବାଟରୁ ଆସିଥାଏ । ଏହି ଦାଣ୍ଡଯାତ୍ର ଅନେକ ସ୍ଥାନରେ ହୋଇଥାଏ । ସେହି ସବୁ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ନିଶ୍ଚିତକୋଇଲି । ଏହି ସ୍ଥାନରେ ବହୁତ ଧୁମ୍‌ଧାମ୍‌ରେ ଦାଣ୍ଡଯାତ୍ର ହୋଇଥାଏ ।

 

ତାହେଲେ ଆସନ୍ତୁ ବୁଲି ଯିବା ଓଡିଶା ପ୍ରସିଦ୍ଧ କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକର ଅସୁରେଶ୍ୱରର ଶ୍ରୀ ରଘୁନାଥ ଜୀୟୁଙ୍କର ଦାଣ୍ଡ ଯାତ୍ରା । ଏହି ଯାତ୍ରା କେବେ ଠାରୁ ଆରମ୍ଭ ହୋଇଛି କେହି ବି ବର୍ଣ୍ଣନା କରିପାରନ୍ତିନାହିଁ । ରଘୁନାଥ ଜୀୟୁଙ୍କର ପ୍ରସିଦ୍ଧ ଜିନିଷ ହେଇଛି ମାନସିକ ବାଣ, ଭକ୍ତ ତାର ମାନସିକ ପୂରଣ ହେଲେ ଶ୍ରୀ ଜିୟୁଙ୍କ ପାଖରେ ବାଣ ଫୁଟେଇଥାଏ । ବର୍ଷ କରେ ଥରେ ଦାଣ୍ଡ ଯାତ୍ରାରେ ପ୍ରଭୁ ଦାଣ୍ଡକୁ ଆସିଥାନ୍ତି । ଯାତ୍ରାରେ ପ୍ରଭୁ ଯିବା ସମୟରେ ବାଣମୟ ହୋଇଥାଏ ସାରା ଅଞ୍ଚଳ, କେବଳ ମାନସିକ ବାଣ ହିଁ ଏଠାରେ ଲଗାଯାଇଥାଏ । ସବୁ ଠାରୁ ବଡ କଥା ହେଲା ହନୁମାନ ମୁଖା ପିନ୍ଧି ମାନସିକ ଧାରୀମାନେ ରାମନବମୀ ଠାରୁ ଆରମ୍ଭ କାରି ଦାଣ୍ଡ ଯାତ୍ରା ପର୍ଯ୍ୟନ୍ତ ବୁଲି ଶ୍ରୀ ଜୀୟୁଙ୍କର ପ୍ରଚାର କାରି ଭିକ୍ଷା କରିଥାନ୍ତି ।

 

ଏହି ଯାତ୍ରାରେ ବହୁତ ଦୋକାନ ବଜ଼ାର ପଡିଥାଏ, ଯେମିତି ଭୋଗ ଦୋକାନ ଠାରୁ ଆରମ୍ଭ କାରି ମୀନା ବଜ଼ାର ଖେଳନା ଦୋକାନ ପଡିଥାଏ । ଏଠି ଲୋକମାନେ ପ୍ରଭୁ ଜୀୟୁଙ୍କ ପାଖରେ ଯାହା ମାନସିକ କରିଥାଏ, ନିଶ୍ଚିତ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି l ଏହି ଯାତ୍ରା ପାଇଁ ମନ୍ଦିର ତଫରୁ ପାଖା ପାଖି ୨୦୦ରୁ ଉର୍ଦ୍ଧ ସଭ୍ୟମାନେ ସହଯୋଗ କରିଥାନ୍ତି ।

 

ଏହି ଦାଣ୍ଡ ଯାତ୍ରାରେ କାଳିସୀ ପ୍ରଭୁ ଜୀୟୁଙ୍କ ପାଖରୁ ବାହାରି ଯାଇ ଗ୍ରାମର ପାଖା ପାଖି କିଛି ନିଦ୍ଧିଷ୍ଟ ଲୋକଙ୍କ ଘରୁକୁ ଯାଇ ପଣା ପିଇଥାନ୍ତି । ସୁରକ୍ଷା ଦୁଷ୍ଟିରୁ ପୋଲିସ ପ୍ରଶାସନ ଓ ନିଜେ ତହସିଲଦାର ଓ ସ୍ଥାନୀୟ ଆରାଇ ରହି ପୁରା ଯାତ୍ରାକୁ ତଦାରଖା କରିଥିଲେ । ସବା ଶେଷରେ ପ୍ରଭୁ ଯାଇ ଦଧିବାମନ ମନ୍ଦିରରେ ପହଞ୍ଚି ଭୋଗ ଖାଇ ମନ୍ଦିରକୁ ଆସିଥାନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.