ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ବରଗଡ଼ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ଦେଇଛି ବିଜେପି । ସାଂସଦ ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତଙ୍କୁ ଦଳ ଟିକେଟ ଦେଇଛି ।

ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା। ବରଗଡ଼ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ଦେଇଛି ବିଜେପି । ସାଂସଦ ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତଙ୍କୁ ଦଳ ଟିକେଟ ଦେଇଛି । ୨୦୧୯ରେ ସୁରେଶ ପୂଜାରୀ ପ୍ରାୟ ୬୪ ହଜାର ଭୋଟ୍ ବ୍ୟବଧାନରେ ବରଗଡ଼ରୁ ବିଜୟୀ ହୋଇଥିଲେ । ତାଙ୍କୁ ମିଳିଥିଲା ୫ ଲକ୍ଷ ୮୧ ହଜାର ୨୪୫ ଭୋଟ୍ ।

ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଖାତାରେ ପଡ଼ିଥିଲା ୫ ଲକ୍ଷ ୧୭ହଜାର ୩୦୬ ଭୋଟ୍ । ଏଥର ସୁରେଶ ପୂଜାରୀଙ୍କୁ ଟିକେଟ ମିଳିନି । ଚର୍ଚ୍ଚା ହେଉଛି ସୁରେଶ ପୂଜାରୀ ବିଧାନସଭା ନିର୍ବାଚନ ଲଢ଼ିବେ । ବ୍ରଜରାଜରଗରରୁ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ଚର୍ଚ୍ଚା ହେଉଛି । ପ୍ରଦୀପ ପରୋହିତ ୨୦୧୪ରେ ପଦ୍ମପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାପରଠୁ ସେ ଲଗାତାର ହାରି ଆସୁଛନ୍ତି । ଏଥର ପ୍ରଦୀପଙ୍କୁ ଦଳ ବରଗଡ଼ରୁ ଲୋକସଭା ପ୍ରାର୍ଥୀ କରିଛି ।

ସେହିପରି ବସନ୍ତ ପଣ୍ଡା ୨୦୧୪ରେ ନୂଆପଡ଼ା ବିଧାୟକ ଥିବା ବେଳେ ଏବେ କଳାହାଣ୍ଡି ସାଂସଦ ରହିଛନ୍ତି। ଏବେ ପୁଣି ଥରେ ନୂଆପଡ଼ାରୁ ବିଧାୟକ ପାଇଁ ଲଢ଼ିବା ନେଇ ନିଶ୍ଚିତ ହୋଇଛି। ଗତକାଲି ପ୍ରାର୍ଥୀ ତାଲିକାରେ କଳାହାଣ୍ଡି ସାଂସଦ ପାଇଁ ମାଳବିକା କେଶରୀ ଦେଓଙ୍କ ପ୍ରାର୍ଥୀ ଘୋଷଣା ପରେ ବସନ୍ତ ନୂଆପଡ଼ା ରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.