Below header

ଭିଭିପାଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସବୁ ଆବେଦନକୁ କଲେ ଖାରଜ

ଗଣତି ହେବନି ଭିଭିପାଟ ସ୍ଲିପ୍ । ଆସିଲା ଭିଭିପାଟକୁ ନେଇ ସୁପ୍ରିମ ରାୟ । ୧୦୦ ପ୍ରତିଶତ କ୍ରସ ଭେରିଫିକେସନ ପାଇଁ ହୋଇଥିବା ଏକାଧିକ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ।

ନୂଆଦିଲ୍ଲୀ : ଗଣତି ହେବନି ଭିଭିପାଟ ସ୍ଲିପ୍ ।  ଆସିଲା ଭିଭିପାଟକୁ ନେଇ ସୁପ୍ରିମ ରାୟ ।  ୧୦୦ ପ୍ରତିଶତ କ୍ରସ ଭେରିଫିକେସନ ପାଇଁ ହୋଇଥିବା ଏକାଧିକ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ।  କୋର୍ଟ କହିଛନ୍ତି ଅଯଥା ସଂଦେହ EVM ଓ VVPAT ପେପର ସ୍ଲିପକୁ ଟାଲି କରିବା ପାଇଁ ହୋଇଥିଲା ଆବେଦନ ।  ଭିଭିପାଟ ପେପର ସ୍ଲିପ୍ ୧୦୦ ପ୍ରତିଶତ ଗଣତି କରିବାକୁ ଆବେଦନକାରୀ ଅନୁରୋଧ କରିଥିଲେ । ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବା ବେଳେ ଏହି ମାମଲାରେ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟୟାଳୟ ।

ମାମଲାର ଶୁଣାଣି କରି ଗତ ୧୮ ତାରିଖ ଦିନ ରାୟ ସଂରକ୍ଷିତ ରଖିଥିଲେ ଜଷ୍ଟିସ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଦୁଇ ଜଣିଆ ଖଣ୍ଡପୀଠ । ଆବେଦନକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଶତ ପ୍ରତିଶତ ନିଶ୍ଚିତ ରହିବା ଅଧିକାର ନାଗରିକଙ୍କର ରହିଛି । ନିର୍ବାଚନ ବ୍ୟବସ୍ଥାରେ ଅଧିକ ସ୍ବଛ ବ୍ୟବସ୍ଥାକୁ ନେଇ ପଞ୍ଜିକୃତ ହୋଇଥିବା ୯୭ କୋଟି ଭୋଟରଙ୍କ ଅଧିକାର ରହିଛି ବୋଲି ଆବେଦନରେ ଦର୍ଶାଯାଇଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.