ଆସାମ ଜେଲ୍‌ରେ ଥିବା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲଢ଼ିବେ ନିର୍ବାଚନ, ହୋଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ

ନିର୍ବାଚନ ଲଢ଼ିବେ ଅମୃତପାଲ ସିଂ । ଖଲିସ୍ତାନୀ ସମର୍ଥକ ତଥା 'ୱାରିସ୍ ପଞ୍ଜାବ ଦେ' ସଙ୍ଗଠନର ମୁଖ୍ୟ ଅମୃତପାଲ ସିଂ ପଞ୍ଜାବରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ନିର୍ବାଚନ ଲଢ଼ିବେ ଅମୃତପାଲ ସିଂ । ଖଲିସ୍ତାନୀ ସମର୍ଥକ ତଥା ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନର ମୁଖ୍ୟ ଅମୃତପାଲ ସିଂ ପଞ୍ଜାବରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଖଡୁର ସାହିବ ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି । ଅମୃତପାଲଙ୍କ ଓକିଲ ଏହି ସୂଚନା ଦେଇଛନ୍ତି । କହି ରଖୁଛୁ, ବର୍ତ୍ତମାନ ଅମୃତପାଲ ଆସାମର ଡିବ୍ରୁଗଡ ଜେଲରେ ଅଛନ୍ତି ।

ଜାତୀୟ ସୁରକ୍ଷା ଅଧିନିୟମ (NSA) ଅଧୀନରେ ସେ ଡିବ୍ରୁଗଡ ଜେଲରେ ବନ୍ଦୀ ଅଛନ୍ତି । ତାଙ୍କ ଓକିଲ ରାଜଦେବ ସିଂ ଖାଲସା ତାଙ୍କୁ ଜେଲରେ ଭେଟିଥିଲେ, ଯେଉଁଠି ଉଭୟଙ୍କ ମଧ୍ୟରେ ନିର୍ବାଚନ ଲଢ଼ିବାକୁ ନେଇ ଆଲୋଚନା ହୋଇଥିଲା ।

ଅମୃତପାଲ ଗଣମାଧ୍ୟମ ପାଇଁ ଏକ ଭଏସ୍‌ ମେସେଜ ମଧ୍ୟ ସେୟାର କରିଛନ୍ତି । ଏଥିରେ କୁହାଯାଇଛି ଯେ ଅମୃତପାଲ ପଞ୍ଜାବର ଖଡୁର ସାହିବରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି । ସେ କୌଣସି ବି ଦଳର ନିର୍ବାଚନୀ ଚିହ୍ନରେ ଲଢ଼ିବେ ନାହିଁ । ଖାଲସାଙ୍କ ଅନୁଯାୟୀ, ଅମୃତପାଲ ମେ’ ୭ରୁ ୧୭ ମଧ୍ୟରେ ନାମାଙ୍କନ ଦାଖଲ କରିପାରନ୍ତି । ତାଙ୍କ ବାପା ଓ ଦାଦା ଶୁକ୍ରବାର ତାଙ୍କୁ ଜେଲରେ ଭେଟିବେ । ଏହି ସମୟରେ ନିର୍ବାଚନ ସମ୍ପର୍କରେ ଆଲୋଚନା ହେବ ।

କହି ରଖୁଛୁ ଯେ ଗତ ବର୍ଷ ଫେବୃୟାରୀ ୨୩ରେ ଅମୃତପାଲ ଏବଂ ତାଙ୍କ ସଙ୍ଗଠନ ସହ ଜଡିତ ଲୋକମାନେ ଅଜନାଲା ଥାନା ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ହାତରେ ଖଣ୍ଡା, ଠେଙ୍ଗା ଓ ବାଡ଼ି ଥିଲା । ସେଠାରେ ୮ ଘଣ୍ଟା ଧରି ହଙ୍ଗାମା ଚାଲିଥିଲା । ଅମୃତପାଲଙ୍କ ସମର୍ଥକ ଲଭପ୍ରୀତ ଟୁଫାନଙ୍କ ମୁକ୍ତି ଦାବିରେ ଏହି ଘଟଣା ଘଟିଥିଲା । ଲଭପ୍ରୀତଙ୍କୁ ପୋଲିସ ବରିନ୍ଦର ସିଂ ନାମକ ବ୍ୟକ୍ତିଙ୍କୁ ଅପହରଣ ଓ ମାରପିଟ ଅଭିଯୋଗରେ ଗିରଫ କରିଥିଲା । ଯଦିଓ ଉତ୍ତେଜନା ପରେ ପୋଲିସ ତାଙ୍କୁ ମୁକ୍ତ କରିଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।

ଅମୃତପାଲଙ୍କ ଅନେକ ସହଯୋଗୀ ଧରାପଡ଼ିଥିଲେ ମଧ୍ୟ ସେ କିନ୍ତୁ ବହୁଦିନ ଧରି ଫେରାର ରହିଥିଲେ । ପରେ ପଞ୍ଜାବ ପୋଲିସ ତାଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ (NSA) ଲାଗୁ କରିଥିଲା । ଏହି ଘଟଣାର ପାଖାପାଖି ଦୁଇ ମାସ ପରେ ଅମୃତପାଲଙ୍କୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.