ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ ବନଖଣ୍ଡରୁ ଦ୍ବିତୀୟ ପର୍ଯ୍ୟାୟରେ ୨୫ ଖଣ୍ଡ ୪୦ ଫୁଟିଆ ରଥକାଠ ପହଞ୍ଚିଛି ବଡ଼ଦାଣ୍ଡ ରେ । ଏଥିମଧ୍ୟରୁ ୨୩ଟି ଅସନ ଓ ୨ଟି ଧଉରା କାଠ ରହିଛି  ।

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଛି ତୃତୀୟ  ପର୍ଯ୍ୟାୟ ରଥ କାଠ । ନୟାଗଡ ବନଖଣ୍ଡରୁ ଦ୍ବିତୀୟ ପର୍ଯ୍ୟାୟରେ ୨୫ ଖଣ୍ଡ ୪୦ ଫୁଟିଆ ରଥକାଠ ପହଞ୍ଚିଛି ବଡ଼ଦାଣ୍ଡ ରେ । ଏଥିମଧ୍ୟରୁ ୨୩ଟି ଅସନ ଓ ୨ଟି ଧଉରା କାଠ ରହିଛି  ।

ଚଳିତ ବର୍ଷ ରଥଯାତ୍ରା ଲାଗି ମୋଟ ୮୬୫ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ଗତବର୍ଷର ୫୩ ଖଣ୍ଡ କାଠ ବଳିଛି । ତେବେ ୩୩ ଖଣ୍ଡ କାଠ ରାମନବମୀରେ କଟକ ସ୍ଥିତ ଖପୁରିଆ କରତ କଳକୁ ଚିରଟ ଲାଗି ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧୨୭ଖଣ୍ଡ ରଥ କାଠ ଆସିପହଁଚିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.