ଝାରସୁଗୁଡା ବିମାନ ବନ୍ଦରରେ ପହଁଚିଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା

ଆଜି ଝାରସୁଗୁଡା ବିମାନ ବନ୍ଦରରେ ପହଁଚିଲେ କେନ୍ଦ୍ର ମନ୍ତ୍ରୀ  ଅମିତ ଶାହା।  ପହଂଚିବା ପରେ ଏଠାରୁ ହେଲିକପ୍ଟର ଯୋଗେ ସୋନପୁର ଯାତ୍ରା ଆରମ୍ଭ କରିଛନ୍ତି  ।

କେନ୍ୟୁଜ(ବ୍ୟୁରୋ) : ଆଜି ଝାରସୁଗୁଡା ବିମାନ ବନ୍ଦରରେ ପହଁଚିଲେ କେନ୍ଦ୍ର ମନ୍ତ୍ରୀ  ଅମିତ ଶାହା।  ପହଂଚିବା ପରେ ଏଠାରୁ ହେଲିକପ୍ଟର ଯୋଗେ ସୋନପୁର ଯାତ୍ରା ଆରମ୍ଭ କରିଛନ୍ତି  ।  ସୋନପୁରରୁ ପ୍ରଚାର ଆରମ୍ଭ କରିବେ ଶାହ । ପ୍ରଚାର ପାଇଁ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରତି ତାଙ୍କର କିପରି ଆଭିମୁଖ୍ୟ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।  ଅପରାହ୍ନରେ ସୋନପୁରରେ ଜନସଭାରେ ଯୋଗ ଦେବେ ।  ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମରେ ଅମିତ ଶାହଙ୍କ ନିର୍ବାଚନୀ ସଭା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି ।  ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଶାହ ସୋନପୁର କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଭୁବନେଶ୍ୱର ଆସିବେ ।  ଏଠାରେ ସେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ବୈଠକ କରିବେ ବୋଲି ଜଣାପଡ଼ିଛି ।  ଏଥର ମା, ମାଟି ଓ ମାତୃଭାଷା ନେଇ ଲଢେଇ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।  ଓଡିଆ ଅସ୍ମିତାକୁ ନେଇ ହେବ ଲଢେଇ ଆଗାମୀ ନିର୍ବାଚନରେ ବିଜେପି ସରକାର ଗଢିବା ନେଇ ରଣନୀତି କରିପାରନ୍ତି ଅମିତ ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.