ଆଜି ବି ଅସମ୍ଭାଳ ତାତି, ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି

ରାଜ୍ୟରେ ଗ୍ରୀଷ୍ମ ଲହରୀ ଆତଙ୍କ। ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା। ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି। ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଓ ଭୁବନେଶ୍ବର ତାପମାତ୍ରର ୩୪.୨ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ଲହରୀ ଆତଙ୍କ । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଓ ଭୁବନେଶ୍ବର ତାପମାତ୍ରର ୩୪.୨ ଡିଗ୍ରୀ ରେକର୍ଡ ହୋଇଛି । ଆଗକୁ ଆହୁରି ଅସହ୍ୟ ହେବ । ୨୬ରୁ ଅତି ସାଂଘାତିକ ହେବ ହିଟ ୱେଭ। ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ହିଟ ୱେଭରୁ ସିଭିଅର ହିଟ ୱେଭ ଜାରି ରହିବା ଆଶଂକା ରହିଛି । ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ ।

ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି ମଧ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଆଜି ହିଟୱେଭ ପାଇଁ ବାଲେଶ୍ବର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂ ହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି  ।

You might also like