ଖୋଲା ଓ୍ୱାଟର ସମ୍ପ ଭିତରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ହାଇଦ୍ରାବାଦର ରାୟଦୁର୍ଗ ଅଞ୍ଚଳରେ ଘଟିଛି ଏକ ବଡ ଅଘଟଣ । ଅବହେଳା-ଅସାବଧନତା କାରଣରୁ ଚାଲିଯାଇଛି ଜଣଙ୍କ ଜୀବନ । ଏକ ଘରୋଇ ହଷ୍ଟେଲ ଭିତରେ ଘଟିଛି ଏହି ଘଟଣା ।

ହାଇଦ୍ରାବାଦ: ହାଇଦ୍ରାବାଦର ରାୟଦୁର୍ଗ ଅଞ୍ଚଳରେ ଘଟିଛି ଏକ ବଡ ଅଘଟଣ । ଅବହେଳା-ଅସାବଧନତା କାରଣରୁ ଚାଲିଯାଇଛି ଜଣଙ୍କ ଜୀବନ । ଏକ ଘରୋଇ ହଷ୍ଟେଲ ଭିତରେ ଘଟିଛି ଏହି ଘଟଣା । ସୂଚନା ମୁତାବକ, ଏକ ହଷ୍ଟେଲ ଭିତରେ ରହିଥିବା ଖୋଲା ଓ୍ୱାଟର ସମ୍ପ ଭିତରେ ପଡ଼ି ଜଣେ ୨୫ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ନା ହେଉଛି ଶେକ ଅକମଲ ସୁଫୁୟାନ୍ । ଯିଏକି ଗାଚିବାଓଲିର ଅଞ୍ଜୟା ନଗରରେ ଥିବା ଶାନମୁଖ ପୁରୁଷ ପିଜି (ପେଡ୍ ଗେଷ୍ଟ) ହଷ୍ଟେଲରେ ରହୁଥିବା ନେଇ ପୋଲିସ୍ ସୂତ୍ରରୁ ସୂଚନା ମିଳିଛି ।

ଖବର ମୁତାବକ, ରବିବାର ସକାଳେ କିଛି କାମ କରିବାକୁ ସୁଫୁୟାନ୍ ବାହାରକୁ ଯାଇଥିଲେ । କିଛି ସମୟ ଭିତରେ ସେ ହଷ୍ଟେଲକୁ ଫେରିଥିଲେ । ପ୍ରଥମେ ସେ ହଷ୍ଟେଲର ଗେଟ୍ ଖୋଲି ସିଧା ଚାଲିବାକୁ ଲାଗିଥିଲେ । ତାଙ୍କର ନଜର ଖୋଲାଥିବା ସମ୍ପ ଉପରେ ପଡିନଥିଲା । ଯାହାଫଳରେ ସେ ଭିତରକୁ ଯିବା ସମୟରେ ଉକ୍ତ ସମ୍ପ ଭିତରେ ହିଁ ପଡ଼ିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା କଚହାଯାଇଛି । ତେବେ ପୂରା ଘଟଣା ହଷ୍ଟେଲରେ ଲାଗିଥିବା ସିସିଟିଭିରେ କଏକ ହୋଇଛି । ଯାହା ସାମ୍ନାକୁ ଆସିବା ପରେ ଘଟଣା ଏବେ ପଦାକୁ ଆସିଛି ।

ଏପଟେ ପୋଲିସ୍ ସୂଚନା ମୁତାବକ, ହଷ୍ଟେଲର ମାଲିକ କେ.ମଧୁସୂଦନ ରେଡ୍ଡୀ ନିଜ ପିଲା ଏବଂ ପତ୍ନୀଙ୍କ ସହ ମାତ୍ର କିଛି ଫୁଟ୍ ଦୂରରେ ଠିଆ ହୋଇଥିବାବେଳେ, ତାଙ୍କର ନଜର କିନ୍ତୁ ସୁଫୁୟାନ୍ ଙ୍କ ଉପରେ ପଡିନଥିଲା । ଯାହାଫଳରେ ଘଟିଯାଇଥିଲା ଏକ ବଡ ଅଘଟଣ । ତେବେ ଖମାମ୍ ଜିଲ୍ଲାର ବାସିନ୍ଦା ସୁଫୁୟାନ୍ ଏକ ଘରୋଇ ଫାର୍ମରେ ସଫ୍ଟୱେର୍ କର୍ମଚାରୀ ଭାବେ କାମ କରୁଥିବାବେଳେ, ସେ ଦୁଇ ମାସ ପୂର୍ବରୁ ହଷ୍ଟେଲରେ ଆସି ରହୁଥିଲେ ।

ତେବେ ଖବର ଅନୁଯାୟୀ, ଜୋରଦାର ଏକ ଶବ୍ଦ ଶୁଣିବା ପରେ ମାଲିକ ମଧୁସୂଦନ ରେଡ୍ଡୀ ଉକ୍ତ ସମ୍ପ ଆଡକୁ ଦୌଡ଼ିଯାଇ ଦେଖିଥିଲେ । ଆରମ୍ଭରୁ କ’ଣ ଘଟିଲା ତାହା ସେ ବୁଝିବାରେ ବିଫଳ ହୋଇଥିଲେ । ତଥାପି ଚଟାଣରେ କିଛି କଦଳୀ ପଡ଼ିଥିବାର ଦେଖି ତାଙ୍କର ସନ୍ଦେହ ହୋଇଥିଲା ।

ମଧୁସୂଦନ ତୁରନ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଯାଇଥିଲେ, ଏବଂ ସୁଫୁୟାନ ସମ୍ପ ଭିତରେ ପଡ଼ିଯାଇଥିବା ସେ ଜାଣିବାକୁ ପାଇଥିଲେ । ୨୫ ବର୍ଷିୟ ସୁଫୁୟାନଙ୍କୁ ସମ୍ପ ଭିତରୁ ବାହାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାରେ ଉକ୍ତ ହଷ୍ଟେଲ ବିରୋଧରେ ଏକ ଅପରାଧିକ ମାମଲା ଆଇପିସି ଧାରା ୩୦୪ ଏ ଅନୁଯାୟୀ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.