ଜାନୁୟାରୀ ୨୨ ପାଇଁ ହିମାଚଳ ପ୍ରଦେଶରେ ପୂରା ଦିନ ଛୁଟି ଘୋଷଣା; ମୁଖ୍ୟମନ୍ତ୍ରୀ କହିଲେ, ‘ଘରେ ଘରେ ଜଳାଅ ଦୀପ’

ହିମାଚଳ ପ୍ରଦେଶରେ ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପୂରା ଦିନ ଛୁଟି ରହିବ । ଛୁଟି ଘୋଷଣା କରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ ‘ରାମ ଆମ ସମସ୍ତଙ୍କ ଆଦର୍ଶ’ ।

ଜାନୁୟାରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାଜ୍ୟମାନଙ୍କରେ ଛୁଟି ଘୋଷଣା କରାଯାଉଛି । କିଛି ରାଜ୍ୟରେ ପୂରା ଦିନ ଅବକାଶ ଘୋଷଣା କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଅଧା ଦିନ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି । ବର୍ତ୍ତମାନ ହିମାଚଳ ପ୍ରଦେଶରେ ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପୂରା ଦିନ ଛୁଟି ରହିବ । ଛୁଟି ଘୋଷଣା କରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ ‘ରାମ ଆମ ସମସ୍ତଙ୍କ ଆଦର୍ଶ’ ।

ସିଏମ ସୁଖୁ ଗଣମାଧ୍ୟମକୁ କହିଛନ୍ତି, ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ପ୍ରଭୁ ରାମ ଆମ ସମସ୍ତଙ୍କ ଆଦର୍ଶ । କେନ୍ଦ୍ର ସରକାର ଅଧା ଦିନ ଛୁଟି ଘୋଷଣା କରିଛନ୍ତି, ଆମେ ରାଜ୍ୟରେ ପୂରା ଦିନର ଛୁଟି ଘୋଷଣା କରୁଛୁ । ଏହା ସହିତ ସନ୍ଧ୍ୟାରେ ନିଜ ନିଜ ଘରେ ଦୀପ ଜାଳିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ଏହାପୂର୍ବରୁ ଶନିବାର ଦିଲ୍ଲୀରେ ଅଧା ଦିନ ଛୁଟି ଘୋଷଣା କରାଯାଇଥିଲା । ସେହିପରି ଆସାମ, ଛତିଶଗଡ, ଓଡ଼ିଶା, ହରିୟାଣା ଏବଂ ରାଜସ୍ଥାନ ସରକାର ମଧ୍ୟ ଜାନୁୟାରୀ ୨୨ରେ ସରକାରୀ କର୍ମଚାରୀଙ୍କ ପାଇଁ ଅଧା ଦିନର ଛୁଟି ଘୋଷଣା କରିଛନ୍ତି । କହି ରଖୁଛୁ, ଉତ୍ତର ପ୍ରଦେଶର ଯୋଗୀ ସରକାର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.