ବିଳମ୍ବ ହେଲା ଟ୍ରେନ୍‌, ରାଗରେ ଡ୍ରାଇଭରଙ୍କୁ ପଥରରେ ଆକ୍ରମଣ କଲେ ଯାତ୍ରୀ

ବିହାରର କୋଟିହାରରେ ଏକ ଟ୍ରେନ୍ ଅଧ ଘଣ୍ଟା ବିଳମ୍ବ ହେବାରୁ ଜଣେ ଯାତ୍ରୀ ଉତକ୍ଷିପ୍ତ ହୋଇ ଡ୍ରାଇଭରଙ୍କ ମୁଣ୍ଡକୁ ବାଡ଼େଇଥିଲେ । ଫଳରେ ଡ୍ରାଇଭରଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ସୋନପୁର ରେଳ ବିଭାଗର କାଢ଼ାଗୋଲା ରୋଡ଼ ରେଳ ଷ୍ଟେସନରୁ ସାମ୍ନାକୁ ଆସିଛି ।

ଟ୍ରେନ୍‌ ସମ୍ବନ୍ଧୀୟ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ । କେତେବେଳେ ଟ୍ରେନରେ ସିଟ ପାଇଁ ଲଢ଼େଇ କରୁଥିବାର ଭିଡିଓ ଭାଇରାଲ ହୁଏ ତ ବେଳେବେଳେ ଟ୍ରେନ ଭିତରେ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ ହୁଏ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଜଣେ ଯାତ୍ରୀ ଟ୍ରେନ ଡ୍ରାଇଭରଙ୍କୁ ହିଁ ବାଡ଼େଇଛନ୍ତି । ଘନ କୁହୁଡ଼ି ଯୋଗୁଁ ଟ୍ରେନଟି ସାମାନ୍ୟ ବିଳମ୍ବ ହୋଇଥିଲା । ଏନେଇ ଜଣେ ଯାତ୍ରୀ ଡାଇଭରଙ୍କୁ ଧରି ମନ ଇଚ୍ଛା ଅସଭ୍ୟ ଭାଷାରେ ଗାଳିଦେବା ସହ ତାଙ୍କୁ ବାଡ଼େଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ ବିହାରର କୋଟିହାରରେ ଏକ ଟ୍ରେନ୍ ଅଧ ଘଣ୍ଟା ବିଳମ୍ବ ହେବାରୁ ଜଣେ ଯାତ୍ରୀ ଉତକ୍ଷିପ୍ତ ହୋଇ ଡ୍ରାଇଭରଙ୍କ ମୁଣ୍ଡକୁ ବାଡ଼େଇଥିଲେ । ଫଳରେ ଡ୍ରାଇଭରଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ସୋନପୁର ରେଳ ବିଭାଗର କାଢ଼ାଗୋଲା ରୋଡ଼ ରେଳ ଷ୍ଟେସନରୁ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଟ୍ରେନ୍ ନମ୍ବର ୦୩୩୧୬ ସମସ୍ତିପୁର-କଟିହାର ପେସେଞ୍ଜର ଟ୍ରେନ ଅଧ ଘଣ୍ଟା ବିଳମ୍ବରେ ଚାଲୁଥିଲା । ବୁଧବାର ଦିନ କାଢ଼ାଗୋଲା ରେଳ ଷ୍ଟେସନରେ ଏହି ପେସେଞ୍ଜର ଟ୍ରେନଟି ପହଞ୍ଚିବା ପରେ କୌଣସି କାରଣରୁ ପ୍ରାୟ ଅଧ ଘଣ୍ଟା ଧରି ଷ୍ଟେସନରେ ହିଁ ଅଟକି ରହିଥିଲା । ତେବେ କାଢ଼ାଗୋଲାର ଜଣେ ବାସିନ୍ଦା ସୁଶୀଲ କୁମାର ଏହି ଟ୍ରେନରେ ଯିବା ପାଇଁ ଅପେକ୍ଷା କରିଥିଲେ ।

ଟ୍ରେନ୍ ଲେଟ୍‌ ହେବାର କାରଣ ଜାଣିବା ପାଇଁ ସୁଶୀଲ କୁମାର ଟ୍ରେନ୍ ଡ୍ରାଇଭରଙ୍କ ଇଞ୍ଜିନ୍ ରୁମ୍ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଟ୍ରେନ ଡ୍ରାଇଭର ବାହାରକୁ ବାହାରିବା ମାତ୍ରେ ଉକ୍ତ ଯାତ୍ରୀ ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ଚାହୁଁ ଚାହୁଁ ସୁଶୀଲ ହଠାତ୍ ଏକ ପଥର ଉଠାଇ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଫଥରଟି ମୁଣ୍ଡରେ ବାଜିବା ଫଳରେ ଡ୍ରାଇଭରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

କୁହାଯାଉଛି ଯେ ଟ୍ରେନ୍ ଡ୍ରାଇଭରଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୁକ୍ତ ସୁଶୀଲ ନିଶାରେ ଥିଲା । ଆହତ ଡ୍ରାଇଭରକୁ ତୁରନ୍ତ ଷ୍ଟେସନ ମାଷ୍ଟରଙ୍କ ରୁମକୁ ଅଣାଯାଇଥିଲା । ଏହା ପରେ କମ୍ୟୁନିଟି ହେଲ୍ଥ ସେଣ୍ଟର ବରାରୀର ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡକାଯାଇଥିଲା, ଯେଉଁଠାରେ ଡ୍ରାଇଭର ପ୍ରଭାସ ଚନ୍ଦ୍ର ଚୌରାସିଆଙ୍କ ମୁଣ୍ଡରେ ଷ୍ଟିଚ୍‌ କରାଯାଇଥିଲା । ଏହି ଘଟଣା ପରେ ଟ୍ରେନଟି କାଢ଼ାଗୋଲା ଷ୍ଟେସନରେ ପ୍ରାୟ ଦେଢ଼ ଘଣ୍ଟା ଧରି ଅଟକି ରହିଥିଲା । ଏହି କାରଣରୁ ଟ୍ରେନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ।

ଷ୍ଟେସନ ମାଷ୍ଟର, ରେଳ କର୍ମଚାରୀ ଓ ଆରପିଏଫ କର୍ମଚାରୀମାନେ ନିଶାରେ ଚୁର ଥିବା ସୁନୀଲ କୁମାରକୁ ଘଟଣାସ୍ଥଳରୁ ଧରି କାଢ଼ାଗୋଲା ରୋଡ ଷ୍ଟେସନ ରୁମରେ ତାଲା ପକାଇ ଦେଇଥିଲେ । ଷ୍ଟେସନ ମାଷ୍ଟର ନଭଗଛିଆ ଆରପିଏଫକୁ ସମ୍ପୃକ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ । ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.