ଉଟିରେ ନୂଆ ଘର ତିଆରି ବେଳେ ଭୂସ୍ଖଳନ, ୬ ମହିଳାଙ୍କ ସମେତ ୭ ଶ୍ରମିକ ମୃତ
ତାମିଲନାଡ଼ୁର ଉଟିରେ ନୂଆ ଘର ତିଆରି ବେଳେ ଭୂସ୍ଖଳନ ହୋଇ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଗୁରୁତର ଆହତ ୨ ଶ୍ରମିକଙ୍କୁ ଉଟି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଟି ନିକଟସ୍ଥ ଲଭ୍ଡେଲରେ ବୁଧବାର ଏହି ଘଟଣା ଘଟିଛି ।

ତାମିଲନାଡ଼ୁର ଉଟିରେ ଏକ ନୂଆ ଘର ତିଆରି ବେଳେ ଭୂସ୍ଖଳନ ହୋଇ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଗୁରୁତର ଆହତ ୨ ଶ୍ରମିକଙ୍କୁ ଉଟି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଟି ନିକଟସ୍ଥ ଲଭ୍ଡେଲରେ ବୁଧବାର ଏହି ଘଟଣା ଘଟିଛି ।
ପୋଲିସ ମୁତାବକ, ମାଟି ଅତଡ଼ା ଭିତରେ ଏବେ ବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଚାଲିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଲଭ୍ଡେଲ ନିକଟରେ ଏକ ନୂଆ ଘର ତିଆରି ଚାଲିଥିବା ବେଳେ ହଠାତ୍ ଏହି ଦୁର୍ଘଟଣା ଘଟିଥିଲା ।
ମିଳିଥିବା ଖବର ଅନୁସାରେ, ସେପ୍ଟିକ୍ ଟାଙ୍କି ପାଇଁ ଖୋଳା ଯାଇଥିବା ଗାତ ନିକଟରେ ଅଚାନକ୍ ମାଟିି ଧସି ଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ କାମ କରୁଥିବା ୭ ଜଣ ଶ୍ରମିକ ମାଟି ଅତଡ଼ା ଭିତରେ ଫସି ଯାଇଥିଲେ । ଘଟଣାର ତୁରନ୍ତ ପରେ ସ୍ଥାନୀୟ ଲୋକମାନେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ମୃତକମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି ।