ଚୀନର ୟୁନାନରେ ଭୂସ୍ଖଳନ; ୮ ଜଣଙ୍କ ମୃତ୍ୟୁ, ନିଖୋଜ ୩୮

ଦକ୍ଷିଣ-ପଶ୍ଚିମ ଚୀନର ପାର୍ବତ୍ୟାଞ୍ଚଳ ୟୁନାନ ପ୍ରଦେଶରେ ସୋମବାର ଭୂସ୍ଖଳନ ଘଟିଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ନିଖୋଜ ଅଛନ୍ତି ।

ଦକ୍ଷିଣ-ପଶ୍ଚିମ ଚୀନର ପାର୍ବତ୍ୟାଞ୍ଚଳ ୟୁନାନ ପ୍ରଦେଶରେ ସୋମବାର ଭୂସ୍ଖଳନ ଘଟିଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ନିଖୋଜ ଅଛନ୍ତି । ସୂଚନା ମୁତାବକ, ଏହି ଭୂସ୍ଖଳନ ବେଜିଂର ସ୍ଥାନୀୟ ସମୟ ଅନୁସାରେ, ସକାଳ ୫ଟା ୫୧ ମିନିଟ୍‌ରେ ଝାଓତୋଙ୍ଗ ସହରର ଲିୟାଙ୍ଗଶୁଇରେ ହୋଇଛି ।

ଉଦ୍ଧାରକାରୀ ଟିମ୍‌ କହିଛନ୍ତି ଯେ ଏହି ଭୂସ୍ଖଳନରେ ୧୮ଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୪୭ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଭୂସ୍ଖଳନ ପରେ ଭଗ୍ନାବଶେଷ ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ଏହି ଅଭିଯାନରେ ୩୩ଟି ଦମକଳ ଗାଡ଼ି, ୧୦ଟି ଲୋଡିଂ ମେସିନ ସହ ୨୦୦ରୁ ଊର୍ଦ୍ଧ୍ୱ ଉଦ୍ଧାରକର୍ମୀ ନିୟୋଜିତ ହୋଇ ନିଖୋଜ ଲୋକଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି ।

ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭୂସ୍ଖଳନ ପରେ ନିଖୋଜମାନଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଆଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍‌ ମଧ୍ୟ ଲିୟାଙ୍ଗଶୁଇରେ ଯଥାସମ୍ଭବ ଉଦ୍ଧାର ଅଭିଯାନ ଚଳାଇବାକୁ ଆଦେଶ ଦେଇଛନ୍ତି । ଯଦିଓ ଭୂସ୍ଖଳନର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ସେପଟେ ସ୍ଥାନୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ସହରରେ ଆଜି ହାଲୁକା ତୁଷାରପାତ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.