ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ, ୧୦ ଯବାନ ଗୁରୁତର

ଯବାନଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା । ଛତିଶଗଡ ଦନ୍ତେୱାଡ଼ା ଜିଲ୍ଲାର ଫରସପାଲିରୁ ନିର୍ବାଚନ କାମ ସାରି ଜଗଦଲପୁରକୁ ଯବାନଙ୍କୁ ନେଇ ଫେରୁଥିବା ବେଳେ ବସ ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।

ମାଲକାନଗିରି (କେନ୍ୟୁଜ): ଯବାନଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ।  ଛତିଶଗଡ ଦନ୍ତେୱାଡ଼ା ଜିଲ୍ଲାର ଫରସପାଲିରୁ ନିର୍ବାଚନ କାମ ସାରି ଜଗଦଲପୁରକୁ ଯବାନଙ୍କୁ ନେଇ ଫେରୁଥିବା ବେଳେ ବସ ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ଧିମ୍ରାପାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଆଉ କିଛି ଯବାନ କମ୍ୟୁନିଟି ହେଲଥ ସେଣ୍ଟର ତୁକାପାଲର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବସରେ ପ୍ରାୟ ୩୨ଜଣ ଯବାନ ଥିଲେ । ନିର୍ବାଚନ ଡ୍ୟୁଟି ସାରି ଦନ୍ତେୱାଡାରୁ ଜଗଦଲପୁର ମୁଖ୍ୟାଳୟକୁ ଫେରୁଥିଲେ। ତେବେ କୋଡେନାର ପୋଲିସ ଷ୍ଟେସନ ନିକଟ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ବସ୍ ସାମ୍ନାକୁ ଗୋରୁ ପୋଲ ଆସିଯିବାରୁ ବସଟି ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତା କଡ଼ରେ ଓଲଟି ପଡିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.