ବଡଚଣା ଟିକେଟ ପାଇବା ପରେ ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ନବୀନ ନିବାସରେ ବର୍ଷା ପ୍ରିୟଦର୍ଶିନୀ । ବଡଚଣା ଟିକେଟ ପାଇବା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଅଭିନେତ୍ରୀ ବର୍ଷା । ବଡ଼ଚଣାରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହାପରେ ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଛନ୍ତି ବର୍ଷା।

ଭୁବନେଶ୍ୱର (କେନ୍ୟୁଜ): ନବୀନ ନିବାସରେ ବର୍ଷା ପ୍ରିୟଦର୍ଶିନୀ । ବଡଚଣା ଟିକେଟ ପାଇବା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଅଭିନେତ୍ରୀ ବର୍ଷା । ବଡ଼ଚଣାରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହାପରେ ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଛନ୍ତି ବର୍ଷା ।

ସେହିପରି କରଞ୍ଜିଆ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆର ସନାତନ ମହାକୁଡ଼, ସାରସକଣା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ଚିଲିକା ପ୍ରାର୍ଥୀ ରଘୁନାଥ ସାହୁ, ସିମୁଳିଆ ପ୍ରାର୍ଥୀ ସୁଭାଷିନୀ ସାହୁ, ବଡ଼ଚଣା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ନବୀନ ନିବାସରେ ପହଞ୍ଚିଛନ୍ତି । ଟିକେଟ ଦେଇଥିବାରୁ ସେମାନେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.