ଲାଇଭ ନ୍ୟୁଜ୍ ପଢୁ ପଢୁ ମୂର୍ଚ୍ଛା ହୋଇଗଲେ ଆଙ୍କର

ନ୍ୟୁଜ୍ ପଢୁ ପଢୁ ମୂର୍ଚ୍ଛା ହୋଇଗଲେ ଆଙ୍କର । ପଶ୍ଚିମବଙ୍ଗ ଦୂରଦର୍ଶନରେ ଏଭଳି ଏକ ଘଟଣା ଘଟିଛି । ଲାଇଭରେ ନ୍ୟୁଜ୍ ପଢୁ ପଢୁ ଷ୍ଟୁଡିଓ ଭିତରେ ମୂର୍ଚ୍ଛା ହୋଇଗଲେ ଆଙ୍କର । ଏହି ମହିଳା ନ୍ୟୁଜ୍ ଆଙ୍କର ଜଣଙ୍କ ହେଉଛନ୍ତି ଲୋପାମୁଦ୍ରା ସିହ୍ନା । ଯିଏକି ଘଟଣା ବିଷୟରେ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଛନ୍ତି ।

ପଶ୍ଚିମବଙ୍ଗ : ରେକର୍ଡ ଭାଙ୍ଗୁଛି ତାତି । ଆକାଶରୁ ଯେମିତି ଖସୁଛି ଅଗ୍ନିପିଣ୍ଡୁଳା । ଏହାରି ଭିତରେ ନିଜ କର୍ମ କରୁ କରୁ ଆଜି ମୂର୍ଚ୍ଛା ହୋଇଗଲେ ଜଣେ ମହିଳା ଆଙ୍କର । ଜନସାଧାରଣଙ୍କୁ ଏହି ଗ୍ରୀଷ୍ମ ପ୍ରବାହ ଖବର ଦେଉଥିବା ସମୟରେ ହିଁ ସେ ବସିଥିବା ଚେୟାର ଉପରେ ଟଳିପଡିଥିଲେ ।

ହଠାତ୍ ନ୍ୟୁଜ୍ ପଢୁ ପଢୁ ମୂର୍ଚ୍ଛା ହୋଇଯାଇଥିଲେ ଏହି ମହିଳା ଆଙ୍କର ଜଣକ । ଯାହାକୁ ଦେଖି ପାଖରେ ଥିବା ସାଥୀ କର୍ମଚାରୀମାନେ କିଛି ବୁଝିପାରିନଥିଲେ । ତୁରନ୍ତ ତାଙ୍କ ନିକଟକୁ ଧାଇଁ ଆସିଥିଲେ । ପଶ୍ଚିମବଙ୍ଗ ଦୂରଦର୍ଶନରେ ଘଟିଛି ଏଭଳି ଏକ ଘଟଣା । ଯାହାର ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଲାଇଭରେ ନ୍ୟୁଜ୍ ପଢୁ ପଢୁ ଷ୍ଟୁଡିଓ ଭିତରେ ମୂର୍ଚ୍ଛା ହୋଇଗଲେ ଆଙ୍କର । ଏହି ମହିଳା ନ୍ୟୁଜ୍ ଆଙ୍କର ଜଣଙ୍କ ହେଉଛନ୍ତି ଲୋପାମୁଦ୍ରା ସିହ୍ନା । ଯିଏକି ଘଟଣା ବିଷୟରେ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଛନ୍ତି ।

ନ୍ୟୁଜ୍ ପଢୁଥିବା ବେଳେ ହଠାତ୍ ତାଙ୍କୁ ହଠାତ୍ ସବୁ କିଛି ଅନ୍ଧକାର ଦେଖାଗଲା । ତାଙ୍କ ପାଟି ଥରିବାକୁ ଲାଗିଲା । ତଣ୍ଟି ଶୁଖିଗଲା । ଏହାପରେ ସେ ଅଚାନକ ବସିଥିବା ଚେୟାର ଉପରେ ହିଁ ଟଳି ପଡ଼ିଥିଲେ । ତେବେ ନିଜ ଅନୁଭୂତି ସମ୍ପର୍କରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ଲୋପାମୁଦ୍ରା ଭିଡିଓରେ କହିଛନ୍ତି ଯେ ପୂର୍ବରୁ ତାଙ୍କ ଶରୀର ଅସୁସ୍ଥ ଲାଗୁଥିଲା । ତେବେ ସେ ନ୍ୟୁଜ୍ ପଢ଼ିଲା ବେଳେ ଅଚାନକ ତାଙ୍କର ବ୍ଲଡ୍ ପ୍ରେସର କମି ଯାଇଥିଲା । ତାଙ୍କୁ ବ୍ୟତିବ୍ୟସ୍ତ ଲାଗିଲା । ତଥାପି ସେ ଭାବିଲେ ଟିକେ ପାଣି ପିଇ ଦେଲେ ତାଙ୍କୁ ସୁସ୍ଥ ଅନୁଭବ ହେବ ଏବଂ ସେ ଠିକ୍ ହୋଇଯିବେ ।

ସେଥିଲାଗି ପାଖରେ ଥିବା କର୍ମଚାରୀଙ୍କୁ ବି ସେ ପାଣି ଆଣିବାକୁ ଇସାରାରେ କହିଥିଲେ । ତୁରନ୍ତ ସାଥୀ କର୍ମଚାରୀ ପାଣି ଆଣି ତାଙ୍କ ପାଖରେ ପହଞ୍ଚିଯାଇଥିଲେ । ହେଲେ ନ୍ୟୁଜ୍ ମଝିରେ ଆଉ ବ୍ରେକ ନେଲା ଭଳି ସ୍ଥିତି ନଥିଲା । ତେଣୁ ସେ ଖବର ପଢ଼ି ଚାଲିଥିଲେ । ପରେ ବାଇଟ୍ ବାଜିବା ସମୟରେ ସେ ପାଣି ପିଇଲେ । କିନ୍ତୁ ସେଥିରେ ତାଙ୍କୁ କିଛି ଉପସମ ମିଳିନଥିଲା ।

ଏହାପରେ ଲୋପାମୁଦ୍ରା ଭାବିଥିଲେ ଆଉ ୪ଟି ନ୍ୟୁଜ୍ ଯାହା ବାକି ଅଛି ତାକୁ କେମିତି କଣ କରି ସାରି ଦେବେ । ତେଣୁ ସେ କାହାକୁ କିଛି ନକହି ଖବର ପଢ଼ିବା ଜାରି ରଖିଲେ । ଏଭଳି ସ୍ଥିତି ହେବା ସମୟରେ ସେ ହିଟୱେଭ ନ୍ୟୁଜ୍ ହିଁ ପଢୁଥିଲେ ।

୨ଟି ନ୍ୟୁଜ୍ ପଢ଼ି ସାରି ତୃତୀୟ ଖବର ବେଳକୁ ସେ ଆଉ ସମ୍ଭାଳି ପାରିଲେନି । ତାଙ୍କ ଆଖି ସାମ୍ନାରେ ଅନ୍ଧକାର ଖେଳିଗଲା ଏବଂ ସେ ବସି ଥିବା ଅବସ୍ଥା ହିଁ ଟଳି ପଡ଼ିଲେ । ତୁରନ୍ତ ନ୍ୟୁଜ୍ ପ୍ରସାରଣ ବନ୍ଦ କରି ଲୋପାମୁଦ୍ରାଙ୍କ ଉପରେ ପାଣି ଛିଞ୍ଚିଥିଲେ କମର୍ମଚାରୀମାନେ । ତାଙ୍କର ଚେତା ଫେରାଇବାକୁ ବହୁ ଚେଷ୍ଟା କରିବା ପରେ, ଶେଷରେ ତାଙ୍କର ଚେତା ଫେରିଥିଲା । ଯାହାପରେ ସେ ଘରକୁ ଫେରି ଏହି ଖବରଟିକୁ ସେୟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.