WPL କାର୍ଯ୍ୟସୂଚୀ ଘୋଷଣା, ଦିଲ୍ଲୀରେ ୧୭ ମାର୍ଚ୍ଚରେ ହେବ ଫାଇନାଲ

ମହିଳା ପ୍ରିମିୟର ଲିଗ୍‌ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ପ୍ରଥମ ମ୍ୟାଚରେ ଗତଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳିବ । ଫେବୃଆରୀ ୨୩ରୁ ଆରମ୍ଭ ହେବ ମ୍ୟାଚ । ମାର୍ଚ୍ଚ ୧୭ରେ ଦିଲ୍ଲୀରେ ଖେଳାଯିବ ଫାଇନାଲ ।

ମହିଳା ପ୍ରିମିୟର ଲିଗ୍‌ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଏହାର ପ୍ରଥମ ମ୍ୟାଚରେ ଗତଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳିବ । ଫେବୃଆରୀ ୨୩ରୁ ଆରମ୍ଭ ହେବ ମ୍ୟାଚ । ମାର୍ଚ୍ଚ ୧୭ରେ ଦିଲ୍ଲୀରେ ଖେଳାଯିବ ଫାଇନାଲ ।

ଚଳିତବର୍ଷ ମହିଳା ପ୍ରିମିୟର ଲିଗରେ ୨୨ଟି ମ୍ୟାଚ ହେବ । ଫାଇନାଲ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ସମସ୍ତ ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ । ଏଲିମିନେଟର ମାର୍ଚ୍ଚ ୧୫ରେ ଖେଳାଯିବ ।
ଗତ ସିଜିନ ପରି ମହିଳା ପ୍ରିମିୟର ଲିଗରେ କୌଣସି ହୋମ େଓ୍ଵ ଫର୍ମାଟ ରହିବ ନାହିଁ । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଖେଳାଯିବ ।


କାର୍ଯ୍ୟସୂଚୀ :

୨୩ ଫେବୃଆରୀ : ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବେଙ୍ଗାଲୁରୁ
୨୪ ଫେବୃଆରୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ୟୁପି ଓ୍ଵାରିୟର୍ସ, ବେଙ୍ଗାଲୁରୁ
୨୫ ଫେବୃଆରୀ : ଗୁଜରାଟ ଜାୟଣ୍ଟସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ବେଙ୍ଗାଲୁରୁ
୨୬ ଫେବୃଆରୀ : ୟୁପି ଓ୍ଵାରିୟର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବେଙ୍ଗାଲୁରୁ
୨୭ ଫେବୃଆରୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଗୁଜୁରାଟ ଜାୟଣ୍ଟସ , ବେଙ୍ଗାଲୁରୁ
୨୮ ଫେବୃଆରୀ : ମୁମ୍ବାଇ ଇଣ୍ଡିଆନ୍ସ ବନାମ ୟୁପି ଓ୍ଵାରିୟର୍ସ, ବେଙ୍ଗାଲୁରୁ
୨୯ ଫେବୃଆରୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବେଙ୍ଗାଲୁରୁ
୧ ମାର୍ଚ୍ଚ : ୟୁପି ଓ୍ଵାରିୟର୍ସ ବମାନ ଗୁଜୁରାଟ ଜାୟଣ୍ଟସ, ବେଙ୍ଗାଲୁରୁ
୨ ମାର୍ଚ୍ଚ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ବେଙ୍ଗାଲୁରୁ
୩ ମାର୍ଚ୍ଚ : ଗୁଜୁରାଟ ଟାଇଟନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବେଙ୍ଗାଲୁରୁ
୪ ମାର୍ଚ୍ଚ : ୟୁପି ଓ୍ଵାରିୟର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ବେଙ୍ଗାଲୁରୁ
୫ ମାର୍ଚ୍ଚ : ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ
୬ ମାର୍ଚ୍ଚ : ଗୁଜୁରାଟ ଜାୟଣ୍ଟସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ
୭ ମାର୍ଚ୍ଚ : ୟୁପି ଓ୍ଵାରିୟର୍ସ ବନାମ ମୁମ୍ବାଇ ଇଣ୍ଡିଆନ, ଦିଲ୍ଲୀ
୮ ମାର୍ଚ୍ଚ : ଦିଲ୍ଲୀ କ୍ୟାପିଟାଲ ବନାମୟୁପି ଓ୍ଵାରିୟସ, ଦିଲ୍ଲୀ
୯ ମାର୍ଚ୍ଚ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜରାଟ ଜାୟଣ୍ଟସ, ଦିଲ୍ଲୀ
୧୦ ମାର୍ଚ୍ଚ: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ
୧୧ ମାର୍ଚ୍ଚ: ଗୁଜୁରାଟ ଜାୟଣ୍ଟସ ବନାମ ୟୁପି ଓ୍ଵାରିୟର୍ସ: ଦିଲ୍ଲୀ
୧୨ ମାର୍ଚ୍ଚ: ମୁମ୍ବାଇ ଇଣ୍ଡିଆନ୍ସ ବନାମ ୟୁପି ଓ୍ଵାରିୟର୍ସ, ଦିଲ୍ଲୀ
୧୩ ମାର୍ଚ୍ଚ : ଦିଲ୍ଲୀ କ୍ୟାପଟାଲ୍ସ ବନାମ ଗୁଜୁରାଟ ଜାୟଣ୍ଟସ, ଦିଲ୍ଲୀ
୧୫ ମାର୍ଚ୍ଚ : ଦିଲ୍ଲୀ ଏଲିମିନେଟର
୧୭ ମାର୍ଚ୍ଚ: ଦିଲ୍ଲୀରେ ଫାଇନାଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.