ହରିୟାଣା: କ୍ଷେତରେ ଲୁଚିଥିଲା ବାଘ, ଆକ୍ରମଣରେ ୨ ବନ କର୍ମଚାରୀ ଗୁରୁତର ଆହତ

ହରିୟାଣାର ରେଓ୍ଵାଡିରେ ବନ ବିଭାଗ ଟିମ୍‌ ଉପରେ ଆକ୍ରମଣ କରିଛି ବାଘ । ଏହି ଆକ୍ରମଣରେ ଧର୍ମ ସିଂ ଓ ହୀରାଲାଲା ନାମକ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବାଘକୁ ନେଇ ବନ ମଣ୍ଡଳ ଆଲର୍ଟ ଜାରି କରିଛି ।

ହରିୟାଣାର ରେଓ୍ଵାଡିରେ ବନ ବିଭାଗ ଟିମ୍‌ ଉପରେ ଆକ୍ରମଣ କରିଛି ବାଘ । ଏହି ଆକ୍ରମଣରେ ଧର୍ମ ସିଂ ଓ ହୀରାଲାଲା ନାମକ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ରେଓ୍ଵାଡିର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଭଟସାନା ଏବଂ ଆଖାପାଖ ଅଞ୍ଚଳକୁ ବନ ବିଭାଗ ଟିମ୍‌ ସମ୍ପୂର୍ଣ୍ଣ ଘେରି ନେଇଛି । ସେପଟେ ବାଘକୁ ନେଇ ଅଲଓ୍ଵର ବନ ମଣ୍ଡଳ ଆଲର୍ଟ ଜାରି କରିଛି ।

ଖବର ମୁତାବକ, ରାଜସ୍ଥାନର ଅଲଓ୍ଵରସ୍ଥିତ ସରିସ୍କା ଜଙ୍ଗଲରୁ ବାଟ ଭୁଲି ଏକ ବାଘ ହରିୟାଣା ସୀମାରେ ପ୍ରବେଶ କରିଥିଲା । ଏହାକୁ ଉଦ୍ଧାର କରିବା ପାଇଁ ଦୁଇ ରାଜ୍ୟର ଟିମ୍‌ ଲଗାତାର ଭାବେ ସର୍ଚ୍ଚ ଅପରେସନ ଚଳାଇଥିଲେ ।

ରବିବାର ରେଓ୍ଵାଡିର ଭଟସାନା ଗାଁରେ ବାଘର ଲୋକେସନ ଟ୍ରାକ୍‌ ହେବା ପରେ ତାକୁ ଧରିବା ପାଇଁ ସରିସ୍କା ବନ ବିଭାଗ ଟିମ୍‌ ସେଠାରେ ପହଞ୍ଚିଥିଲା । କିନ୍ତୁ ଏହି ସମୟରେ ବାଘଟି ୨ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲା । ବାଘ ଆକ୍ରମଣରେ ଜଣେ କର୍ମଚାରୀଙ୍କ ହାତରେ ଗମ୍ଭୀର ଆଘାତ ଲାଗିଛି ।

ସେପଟେ ରେଓ୍ଵାଡି ଡିସି ରାହୁଲ ହୁଡ୍ଡା କହିଛନ୍ତି ଯେ ଅଣ୍ଡିରା ବାଘକୁ ନେଇ ଅଲଓ୍ଵର ବନ ମଣ୍ଡଳରେ ଆଲର୍ଟ ଜାରି କରାଯାଇଛି । ବାଘକୁ ଉଦ୍ଧାର କରିବାରେ ସହଯୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ କୁହାଯାଇଛି । ଇଟା, ପଥର, କାଠ ଆଦି ଫିଙ୍ଗି ବାଘକୁ ହଇରାଣ ନ କରିବାକୁ ମଧ୍ୟ କୁହାଯାଇଛି । ଏହାସହିତ ସକାଳ ୭ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟା ପରେ କ୍ଷେତକୁ ନ ଯିବାକୁ ଲୋକଙ୍କୁ ଅପିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.