ଇଣ୍ଡୋନେସିଆରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୯ ମୃତ, ଅନେକ ନିଖୋଜ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଫଳରେ ୧୯ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଫଳରେ ୧୯ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନେକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବେଳେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଶୁକ୍ରବାର ରାତିରେ ଭୂସ୍ଖଳନ ଯୋଗୁଁ ମାଟି ଧସିଥିବା ବେଳେ ଗଛ ସବୁ ଭାଙ୍ଗିପଡିଛି । ପ୍ରବଳ ବର୍ଷାରେ ପାଣି ମାଡିଆସିଛି । ସ୍ଥାନୀୟ ଲୋକ ଅନେକ ସମସ୍ୟା ଭୋଗୁଛନ୍ତି । ମୃତକଙ୍କ ସଂଖ୍ୟା ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ହଠାତ୍‌ ପାଣି ଆସିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି । ଭୂସ୍ଖଳନ ଯୋଗୁଁ ୧୪ଟି ଘର ପୋତି ହୋଇଯାଇଛି । ୮୦ ହଜାରରୁ ଅଧିକ ଲୋକ ଆଶ୍ରୟ ସ୍ଥଳୀରେ ରହିଛନ୍ତି । ପାଖାପାଖି ୨୦ ହାଜର ଘର ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.