ନିର୍ବାଚନ ପୂର୍ବରୁ ସମ୍ଭାବନା ସେଠ୍‌ ଛାଡ଼ିଲେ ଆମ୍‌ ଆଦ୍‌ମୀ ପାର୍ଟି; କହିଲେ, ‘ନିଜ ଭୁଲ୍‌କୁ ହୃଦୟଙ୍ଗମ କଲି…’

ଭୋଜପୁରୀ ଅଭିନେତ୍ରୀ ତଥା ଫେମସ୍‌ ୟୁଟ୍ୟୁବର ସମ୍ଭାବନା ସେଠ୍‌ ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଅଭିନେତ୍ରୀ ଆମ୍‌ ଆଦ୍‌ମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି ।

ଭୋଜପୁରୀ ଅଭିନେତ୍ରୀ ତଥା ଫେମସ୍‌ ୟୁଟ୍ୟୁବର ସମ୍ଭାବନା ସେଠ୍‌ ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଅଭିନେତ୍ରୀ ଆମ୍‌ ଆଦ୍‌ମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ରବିବାର ‘X’ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ବର୍ତ୍ତମାନ ସେ ଆମ୍‌ ଆଦ୍‌ମୀ ପାର୍ଟିର ଅଂଶ ନୁହନ୍ତି ।

ସମ୍ଭାବନା ସେଠ୍‌ ନିଜ ପୋଷ୍ଟରେ ଲେଖିଛନ୍ତି କି, ‘ନିଜ ଦେଶର ସେବା କରିବା ପାଇଁ ୧ ବର୍ଷ ପୂର୍ବରୁ ବହୁତ ଉତ୍ସାହର ସହିତ ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗ ଦେଇଥିଲି । କିନ୍ତୁ ଆପଣ କେତେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତି, ଏଥିରେ କୌଣସି ଫରକ୍‌ ପଡ଼େନାହିଁ । କାହିଁକି ନା, ଆପଣ ଭୁଲ୍ ମଧ୍ୟ ହୋଇପାରନ୍ତି । ସର୍ବଶେଷରେ ଆମେ ସମେସ୍ତ ମଣିଷ । ନିଜ ଭୁଲକୁ ହୃଦୟଙ୍ଗମ କରି ମୁଁ ଆମ୍ ଆଦମୀ ପାର୍ଟିରୁ ଅଫିସିଆଲି ଭାବେ ବିଦାୟ ନେବାର ଘୋଷଣା କରୁଛି’ ।

ସମ୍ଭାବନା ନିଜ ପୋଷ୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି । ତେବେ ଅଭିନେତ୍ରୀଙ୍କର ଏହି ନିଷ୍ପତ୍ତି ତାଙ୍କ ଫ୍ୟାନ୍‌ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଦେଇଛି । କହି ରଖୁଛୁ, ସମ୍ଭାବନା ସେଠ୍‌ ଗତବର୍ଷ ଜାନୁୟାରୀରେ ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗ ଦେଇଥିଲେ । ଏବେ ବର୍ଷେ ପରେ ସେ ନିଜେ ହିଁ ପାର୍ଟି ଛାଡ଼ି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.