ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍‌ ଭିଡିଓ ଭାଇରଲ ; ଥାନାରେ ମାମଲା, ଫେସବୁକ ମୁଖ୍ୟାଳୟକୁ ତଥ୍ୟ ମାଗିଛି ପୋଲିସ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡିପଫେକର ଶିକାର । ଏହି ଡିପଫେକ ଭିଡିଓରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମୁହଁ ବ୍ୟବହାର କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମୁହଁର ବ୍ୟବହାର କରାଯାଇ ମେଡିସିନ୍ କିଣିବାକୁ ନିବେଦନ କରାଯାଉଛି । ଏ ସଂପର୍କରେ ପୋଲିସ ଫେସବୁକ୍ ମୁଖ୍ୟାଳୟ ଠାରୁ ତଥ୍ୟ ମାଗିଛନ୍ତି ।

ଡିପଫେକର ଶିକାର ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାକୁ ନେଇ ଲକ୍ଷ୍ନୌର ସାଇବର ଥାନାରେ ୨ଟି ଏଫଆଇଆର କରାଯାଇଛି । ଏହି ଡିପଫେକ ଭିଡିଓରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମୁହଁ ବ୍ୟବହାର କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମୁହଁର ବ୍ୟବହାର କରାଯାଇ ମେଡିସିନ୍ କିଣିବାକୁ ନିବେଦନ କରାଯାଉଛି । ଏ ସଂପର୍କରେ ପୋଲିସ ଫେସବୁକ୍ ମୁଖ୍ୟାଳୟ ଠାରୁ ତଥ୍ୟ ମାଗିଛନ୍ତି ।

ବାସ୍ତବରେ ଏଆଇ ସହାୟତାରେ ସାଇବର ଅପରାଧୀ ଡିପଫେକ୍ ଭିଡିଓ ତିଆରି କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡାଇବେଟିସ୍ ମେଡିସିନର ପ୍ରଚାର କରାଉଛନ୍ତି । ଏହା ବ୍ୟତିତ ଆଉ ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକ ଅନ୍ୟ ମେଡିସିନ୍ କିଣିବାକୁ ନିବେଦନ କରାଯାଉଛି । ଏଆଇ ମାଧ୍ୟମରେ ଅଡିଓ ମଧ୍ୟ ଦିଆଯାଇଛି । ଯେଉଁ ବ୍ୟକ୍ତି ଏହି ୱେବସାଇଟରୁ ମେଡିସିନ କିଣିବ ତାକୁ ଭଗବାନଙ୍କ ଆଶୀର୍ବାଦ ମିଳିବ । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ମୁହଁର ବ୍ୟବହାର କରାଯାଇଛି ।

ସାଇବର ଥାନା ପୋଲିସ ଏବେ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି । ଫେସବୁକ ଠାରୁ ୨ ଆକାଉଣ୍ଟ ବିଷୟରେ ତଥ୍ୟ ମାଗିଛି ପୋଲିସ । ସୂଚନାଯୋଗ୍ୟ, ଏହା ପୂର୍ବରୁ ରଶ୍ମିକା ମନ୍ଦାନା, ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ, ସାରା ତେନ୍ଦୁଲକର, ଶୁବମନ ଗିଲଙ୍କ ଡିପଫେକ ଭିଡିଓ ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.