Below header

ଦିବ୍ୟାଙ୍ଗ ଶମ୍ଭୁନାଥ: ଅସହାୟଙ୍କ ସେବା କରି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ସେ ଦିବ୍ୟାଙ୍ଗ ହେଲେ ତାଙ୍କ ମନରେ ରହିଛି ସେବା କରିବାର ମନୋଭାବ । ନିଜର ଏହି ମହାନତା ପାଇଁ ସେ ସମସ୍ତଙ୍କୁ କରିନିଅନ୍ତି ଆପଣାର । ଦିବ୍ୟାଙ୍ଗ ହେଲେ ବି କାହା ଉପରେ ନିର୍ଭରଶୀଳ ନୁହେଁ । ଏକ ଚା ଦୋକାନଟିଏ କରି ନିଜେ ହୋଇଛନ୍ତି ଆତ୍ମନିର୍ଭରଶୀଳ । ଯାହାକୁ ନେଇ ସେ ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୋଇପାରିଛନ୍ତି ଉଦାହରଣ ।

ଉଦଳା(କେନ୍ୟୁଜ): ସେ ଦିବ୍ୟାଙ୍ଗ ହେଲେ ତାଙ୍କ ମନରେ ରହିଛି ସେବା କରିବାର ମନୋଭାବ । ନିଜର ଏହି ମହାନତା ପାଇଁ ସେ ସମସ୍ତଙ୍କୁ କରିନିଅନ୍ତି ଆପଣାର । ଦିବ୍ୟାଙ୍ଗ ହେଲେ ବି କାହା ଉପରେ ନିର୍ଭରଶୀଳ ନୁହେଁ । ଏକ ଚା ଦୋକାନଟିଏ କରି ନିଜେ ହୋଇଛନ୍ତି ଆତ୍ମନିର୍ଭରଶୀଳ । ଯାହାକୁ ନେଇ ସେ ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୋଇପାରିଛନ୍ତି ଉଦାହରଣ ।

ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୬ ନମ୍ବର ୱାର୍ଡର ଏ ହେଉଛନ୍ତି ଶମ୍ଭୁନାଥ ସାହୁ । ଶମ୍ଭୁନାଥ ଜଣେ ଦିବ୍ୟାଙ୍ଗ । ୮୦ ପ୍ରତିଶତ ଦିବ୍ୟାଙ୍ଗ ପାଇଁ ସେ ପାଇଛନ୍ତି ପ୍ରମାଣ ପତ୍ର। ଗୋଟିଏ ଆଖିକୁ ଦେଖାଯାଉ ନଥିବାବେଳେ ଆଉ ଏକ ଆଖିରେ କେବଳ ୨୫ ପ୍ରତିଶତ ଦେଖି ପାରୁଛନ୍ତି । ଆଜି କି କେଇ ବର୍ଷର କଥା ନୁହେଁ ଜନ୍ମରୁ ସେ ଦିବ୍ୟାଙ୍ଗ। ହେଲେ ସେ ଆଜି ସକ୍ଷମ ବୋଲି ନିଜେ ପ୍ରମାଣିତ କରିସାରିଛନ୍ତି ।

ନିଜ ଭାଇଙ୍କ ସହାୟତାରେ ଏକ ଚା ଦୋକାନ କରି ପରିବାର ପ୍ରତିପୋଷଣ କରି ପାରିଛନ୍ତି ଶମ୍ଭୁନାଥ । କେବଳ ଯେ ଚା ଦୋକାନ ନୁହେଁ ଅନେକ ସମୟ ଲୋକ ମାନଙ୍କର ସେବା କରିବାରେ ହିଁ ତାଙ୍କର ଯାଏ । ଭତ୍ତା ହେଉ କି ଆଉ କିଛି ସମସ୍ୟାକୁ ନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ସେ ଲୋକ ମାନଙ୍କୁ ସହାୟତା ଯୋଗାଇ ଦେଇଥାନ୍ତି । ଯାହାକୁ ନେଇ ଏ ଅଞ୍ଚଳରେ ଲୋକ ମାନେ ବେଶ ପ୍ରଶଂସା କରିଛନ୍ତି ତାଙ୍କୁ ।

ସକାଳ ହେଲେ ଶମ୍ଭୁନାଥଙ୍କ ଚା ଦୋକାନରେ ଲୋକଙ୍କ ଭିଡ ଲାଗିଯାଏ । ବୁଢ଼ା ଠୁ ଛୁଆ ଏହି ପରି ଯୁବକ ମାନଙ୍କୁ ସେ କରିନିଅନ୍ତି ଆପଣାର । ଦିବ୍ୟାଙ୍ଗ ପାଇଁ ସେ ସରକାରୀ ଯୋଜନାରେ ପାଉଛନ୍ତି ଭତ୍ତା । କିଛି ଦିନ ପୂର୍ବରୁ ସରକାର ଦିବ୍ୟାଙ୍ଗଙ୍କ ଭତ୍ତା ବୃଦ୍ଧି କରିଥିଲେ । ତେବେ ଏହି ଭତ୍ତା ବଢିବା ପରେ ଶମ୍ଭୁନାଥ ବଢ଼ା ଭତ୍ତା ଟଙ୍କାରେ କିଛି ଅସହାୟ ଲୋକଙ୍କୁ ଆହାର ଦେଇ ସେମାନଙ୍କ ମୁଁହରେ ହସ ଦେଖିବା ପାଇଁ ଚିନ୍ତା କରିଥିଲେ । ଏହି କଥା ଶୁଣିବା ପରେ ଲୋକ ମାନେ ତାଙ୍କୁ ଉତ୍ସାହିତ କରିଥିଲେ ।

ଏପଟେ ସକାଳୁ ସକାଳୁ ବ୍ୟାଗ୍ ରେ ଅସହାୟ ଲୋକଙ୍କ ପାଇଁ ଚୁଡ଼ା, କଦଳୀ ବିସ୍କୁଟ ଓ କିଛି ଫଳ ଧରି ବାହାରି ପଡ଼ିଥିଲେ ସେ । ଉଦଳା ବସଷ୍ଟାଣ୍ଡ, ଥାନା ଛକ ପରି ବିଭିନ୍ନ ସ୍ଥାନରେ ବୁଲି ସେ ଅସହାୟ ଲୋକଙ୍କୁ ଖାଦ୍ୟ ଦେଇଥିଲେ । ତେବେ ବିଶେଷ କରି ଦିବ୍ୟାଙ୍ଗ ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକଳ୍ପନାକୁ ଶମ୍ଭୁନାଥ ଧନ୍ୟବାଦ ଦେଇଥିଲେ । ତେବେ ତାଙ୍କର ଏହି କାର୍ଯ୍ୟ ଧାରାକୁ ସମସ୍ତେ କରିଛନ୍ତି ପ୍ରଶଂସା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.