Below header

ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ବିସ୍କୁଟ ଫ୍ୟାକ୍ଟ୍ରି, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ

ବାଳ କୃଷ୍ଣ ଗାଁ ଛାଡି ବମ୍ବେରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ସଳ୍ପ ବେତନରେ ସେଠାରେ କାମ କରିବା ଅପେକ୍ଷା ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଚିନ୍ତା କରି ସେ ଜନ୍ମମାଟିକୁ ଫେରି ଆସିଥିଲେ । ପରେ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଥିଲେ ବିସ୍କୁଟ ଫ୍ୟାକ୍ଟ୍ରି ।

କଟକ (କେନ୍ୟୁଜ): ବିସ୍କୁଟ ତିଆରି କରି ଏବେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଅନେକ ଲୋକ । ଦୃଢ ଇଚ୍ଛା ଶକ୍ତି ଯୋଗୁ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଗ୍ରାମୀଣ ଯୁବକ ବାଳକୃଷ୍ଣ । ପକୃତି ନାମକ ବିସ୍କୁଟ କମ୍ପାନୀ କରି ଏବେ ଚର୍ଚ୍ଚା ରେ ବାଳକୃଷ୍ଣ । ନିଜ କମ୍ପାନୀରେ ୨୦ରୁ ୨୫ ପ୍ରକାର ବିସ୍କୁଟ ତିଆରି କରିଥାନ୍ତି । ୭ଟି ବିସ୍କୁଟ ମେସିନ ଲଗାଇ ବିଭିନ୍ନ ପ୍ରକାର ବିସ୍କୁଟ ପ୍ରସ୍ତୁତ କରୁଛନ୍ତି । ବିସ୍କୁଟ ଗୁଡିକ ରାଜ୍ୟର ବିଭିନ୍ନ ସହରକୁ ବିକ୍ରି କରିବା ପାଇଁ ପଠାଯାଉଛି । ୩୫୦୦ ବର୍ଗ ଫୁଟ ବିଶିଷ୍ଟ ନିଜ ଘରେ ଏହି ବିସ୍କୁଟ କମ୍ପାନୀ କରିଛନ୍ତି ବାଳକୃଷ୍ଣ । ଏହି ଉଦଯୋଗୀ ଯୁବକ କମ୍ପାନୀରେ ୧୭ଜଣ ପୁରୁଷ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି ।

ଏହି ସଫଳ ଉଦଯୋଗୀ ଯୁବକ ବାଳକୃଷ୍ଣ କିପରି ତାଙ୍କ ବିସ୍କୁଟ କମ୍ପାନୀ ଚଳାଉଛନ୍ତି ଆସନ୍ତୁ ଜାଣିବା । କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତର କୋଠପଦା ବଜାରରେ ଥିବା ବିସ୍କୁଟ କମ୍ପାନୀର ମାଲିକ ହେଉଛନ୍ତି ବାଳକୃଷ୍ଣ । ବାଳ କୃଷ୍ଣ ଗାଁ ଛାଡି ବମ୍ବେରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ସଳ୍ପ ବେତନରେ ସେଠାରେ କାମ କରିବା ଅପେକ୍ଷା ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଚିନ୍ତା କରି ସେ ଜନ୍ମମାଟିକୁ ଫେରି ଆସିଥିଲେ । ପରେ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଥିଲେ ବିସ୍କୁଟ ଫ୍ୟାକ୍ଟ୍ରି । ବାଳକୃଷ୍ଣ ମୁଦୁଲି ଗାଁରେ ଏକ ଛୋଟ ଉଦୌଗ ପ୍ରତିଷ୍ଠା କରିଛନ୍ତି । କେବଳ ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ନୁହେଁ ବରଂ ନିଜ ଗାଁ ବ୍ୟତୀତ ଆଖ ପାଖ ଗାଁର ଅନେକ ବେକାର ଯୁବକ ଯୁବତୀ ମାନଙ୍କୁ ରୋଜଗାର ଦେଇଛନ୍ତି ।

ପ୍ରଥମେ ନିଜ ହାତରୁ ଏବଂ ବ୍ୟାଙ୍କ ଋଣ କରି ନିଜେ କମ୍ପାନୀ ଆରମ୍ଭ କରିଥିଲେ । ନିଜ କମ୍ପାନୀରେ ଅଭିଜ୍ଞ କାରିଗର ମାନଙ୍କୁ ନିଯୁକ୍ତି ଦେଇ ଭଲ ଭଲ ଡିଜାଇନର ବିସ୍କୁଟ ତିଆରି କରୁଛନ୍ତି । ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ରୋଜଗାର ପାଇଁ ରାଜ୍ୟ ବାହାରକୁ ନଯାଇ ନିଜ ଅଞ୍ଚଳ ରେ ଏହି କମ୍ପାନୀ ପ୍ରତିଷ୍ଠା କରି ଅନ୍ୟ ମାନଙ୍କ ପାଇଁ ବାଳ କୃଷ୍ଣ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ । ପ୍ରାୟ ପ୍ରତି ମାସରେ ଏକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବୋଲି ବାଳକୃଷ୍ଣ କହିଛନ୍ତି ।

କେବଳ ଯେ ଚାକିରି କରି ରୋଜଗାର କରିହେବ ତାହା ନୁହେଁ । ମନରେ ଇଚ୍ଛା ଶକ୍ତି ଥିଲେ ନିଶ୍ଚିତ ଭାବେ ରୋଜଗାରର ବାଟ ଖୋଲିବ । ବାଳକୃଷ୍ଣଙ୍କ ଏହି ଚିନ୍ତା ଧାର ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.