ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ, ସର୍ଚ୍ଚ ଅପରେସନ ପରେ ମାଓ ସାମଗ୍ରୀ ଜବତ

ପୁଣି ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ । ରାୟଗଡା-କନ୍ଧମାଳ ସୀମାନ୍ତ ଦୁର୍ଗାପଙ୍ଗା ଜଙ୍ଗଲରେ ଗୁଳି ବିନିମୟ । କମ୍ବିଂ ଅପରେସନ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ।

କନ୍ଧମାଳ (କେନ୍ୟୁଜ): ପୁଣି ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ । ରାୟଗଡ଼ା-କନ୍ଧମାଳ ସୀମାନ୍ତ ଦୁର୍ଗାପଙ୍ଗା ଜଙ୍ଗଲରେ ଗୁଳି ବିନିମୟ । କମ୍ବିଂ ଅପରେସନ ବେଳେ ଏସଓଜି-ମାଓବାଦୀ ମୁହାଁମୁହିଁ । ଗତକାଲି ଏସଓଜି ଯବାନଙ୍କ ପକ୍ଷରୁ ରାୟଗଡ଼ା ସୀମା ନିକଟବର୍ତ୍ତୀ ଭାଲୁଗୁରା, ସୁକରପଦର, ଡିମିଲି, ଡେଙ୍ଗାଗୁରା ଆଦି ଗାଁ ନିକଟରେ କମ୍ବିଂ ଅପରେସନ ବେଳେ ହଠାତ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ପୋଲିସ ଉପରକୁ ଗ୍ରେନେଡ଼ ଫିଙ୍ଗିଥିଲେ । ଜବାବରେ ଏସଓଜି ଯବାନମାନେ ପାଲଟା ଜବାବ ଦେଇଥିଲେ । ଉଭୟ ପକ୍ଷରୁ ୧୫ ମିନିଟ ଧରି ଗୁଳି ବିନିମୟ ଚାଲିଥିଲା ।

ଏହାପରେ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିଲେ । ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ୭ ଟି ଅତ୍ୟାଧୁନିକ ହ୍ୟାଣ୍ଡ ଗ୍ରେନେଡ଼, ଜିଲେଟିନ, ବ୍ଲାଷ୍ଟିଂ ମେସିନ, ସୋଲାର ପେନାଲ, ଔଷଧ ଆଦି ଜବତ ହୋଇଛି । ବଂଶଧରା, ଘୁମୁସର ଓ ନାଗାବଳି ଡିଭିଜନ ର ମାଓବାଦୀମାନେ କ୍ୟାମ୍ପ କରିଥିଲେ କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.