ଅଭିନେତ୍ରୀ ସୋଫିଆ ଲିଓନଙ୍କ ଦେହାନ୍ତ, ୨୬ ବର୍ଷ ବୟସରେ ସମସ୍ତଙ୍କଠୁ ନେଲେ ବିଦାୟ

ଏଡଲ୍ଟ ଫିଲ୍ମ ଅଭିନେତ୍ରୀ ସୋଫିଆ ଲିଓନଙ୍କ ୨୬ ବର୍ଷ ବୟସରେ ଦେହାନ୍ତ । ସୋଫିଆଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ମିଳିଛି । ସୋଫିଆଙ୍କ ହଠାତ୍‌ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି ।

ଏଡଲ୍ଟ ଫିଲ୍ମ ଆକ୍ଟର ସୋଫିଆ ଲିଓନଙ୍କ ବିଷୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୋଫିଆ ୨୬ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି । ସୋଫିଆଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ମିଳିଛି । ସୋଫିଆଙ୍କ ହଠାତ୍‌ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ଏଡଲ୍ଟ ଅଭିନେତ୍ରୀଙ୍କ ମୃତ୍ୟୁ ଖବରକୁ ତାଙ୍କ ସାବତ ପିତା ମାଇକ ରୋମେରା କନଫର୍ମ କରିଛନ୍ତି ।

ସୋଫିଆ ଲିଓନିଙ୍କ ସାବତ ପିତା ମାଇକ ରୋମେରୋ ଗୋଫଣ୍ଡମେରେ ଏହି କଥା ବିଷୟରେ ସେୟାର କରିଛନ୍ତି । ସେ ଏହି କଥା ସେୟାର କରିବା ପରେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଥିଲା । ସୋଫିଆଙ୍କ ପିତା କହିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ପୁରା ପରିବାର ବହୁତ ଦୁଃଖରେ ଅଛି । ମାଇକ୍‌ ରୋମେରୋ ଏହି ଖବର ସେୟାର କରି କହିଛନ୍ତି, ତାଙ୍କ ମା ଏବଂ ପରିବାର ତରଫରୁ, ମୋର ପ୍ରିୟ ସୋଫିଆଙ୍କ ଦେହାନ୍ତ ଖବର ମୋତେ ସେୟାର କରିବାକୁ ପଡିଲା ।

ସୋଫିଆଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ, ମାର୍ଚ୍ଚ ୧ରେ ସୋଫିଆ ତାଙ୍କ ଆପାର୍ଟମେଣ୍ଟରେ ବେହୋସ ହୋଇଯାଇଥିଲେ । କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଏହାର ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ସୋଫିଆ ବୁଲା ବୁଲି କରିବାକୁ ବହୁତ ପସନ୍ଦ କରୁଥିଲେ । ସେ ସବୁବେଳେ ନିଜ ଆଖପାଖରେ ସମସ୍ତଙ୍କୁ ଖୁସି ରଖିବାକୁ ଚେଷ୍ଟ କରନ୍ତି । ସେ ସବୁବେଳେ ଖୁସି ରହିଥାନ୍ତି ।

ସୂଚନା ଅନୁସାରେ, ଗତ ତିନିମାସ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା, ଯେ ପୁଣି ଥରେ ଆଉ ଜଣେ ଫିଲ୍ମ ଏଡଲ୍ଟ ଅଭିନେତ୍ରୀଙ୍କର ହଠାତ୍ ମୃତ୍ୟୁ ହୋଇଛି । ସୋଫିଆଙ୍କ ପୂର୍ବରୁ ଥେନା ଫିଲ୍ଡସ୍‌ଙ୍କ ମୃତଦେହ ତାଙ୍କ ଘରେ ମିଳିଥିଲା । ଏହା ପରେ ୩୬ ବର୍ଷିୟ କାଗଲି ଲିନ୍ କାର୍ଟର ମଧ୍ୟ ଜୀବନ ଛାଡିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି ଯେ ଏତେ କମ୍ ବୟସରେ ଏହି ଷ୍ଟାରମାନଙ୍କ ମୃତ୍ୟୁ କିପରି ହେଉଛି । ତେବେ ସୋଫିଆଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଲୋକ ଏବଂ ସାଙ୍ଗମାନେ ତାଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.