ICC Test Ranking : ପୁଣି ଟେଷ୍ଟରେ ପ୍ରଥମ ସ୍ଥାନ ଅଧିକାର କଲା ଭାରତ, ପଛରେ ପଡିଲେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି ରୋହିତ ବାହିନୀ । ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୧ରେ ଜିତିବା ପରେ ଭାରତ ନଂ ୧ ସ୍ଥାନ ହାସଲ କରିଛି ।

ଆଇସିସି ଟେଷ୍ଟ କ୍ରିକେଟ ରାଙ୍କିଂରେ ପ୍ରଥମ ସ୍ଥାନ ହାସଲ କରିଛି ଭାରତ । ଭାରତ ଏବେ ତିନି ଫର୍ମାଟରେ ନଂ ୧ ସ୍ଥାନରେ ରହିଛି । ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୧ରେ ଜିତିବା ପରେ ଭାରତ ନଂ ୧ ସ୍ଥାନ ହାସଲ କରିଛି । ଭାରତର ୪୬୩୬ ପଏଣ୍ଟ ସହିତ ୧୨୨ ରେଟିଂ ରହିଛି । ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ୧୧୭ ରେଟିଂ ଏବଂ ଇଂଲଣ୍ଡ ୧୧ ରେଟିଂ ସହିତ ତୃତୀୟ ସ୍ଥାନ ଏବଂ ନ୍ୟୁଜିଲାଣ୍ଡ ୧୦୧ ରେଟିଂ ସହିତ ଚତୁର୍ଥ ସ୍ଥାନରେ ରହିଛି ।

ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚକୁ ଇନିଂସ ଏବଂ ୬୪ ରନରେ ଜିତିଛି ରୋହିତ ବାହିନୀ । ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୧ରେ ଜିତିଛି ଭାରତ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି ।

ମାର୍ଚ୍ଚ ୩ରେ ପ୍ରକାଶ ପାଇଥିବା WTC ପଏଣ୍ଟ ଟେବୁଲରେ ଭାରତର ପଏଣ୍ଟ ୬୪.୫୮% ରହିଥିଲା । ଦଳ ୮ ମ୍ୟାଚରୁ  ୫ ବିଜୟ ହାସଲ କରିଥିଲା । ଏବେ ଭାରତର ପଏଣ୍ଟ ୬୮.୫୧% ହୋଇଛି । ସିରିଜ ପରାଜୟ ପରେ ଇଂଲଣ୍ଡର ବିଜୟ ପ୍ରତିଶତ ୧୭.୫୦କୁ ଖସି ଯାଇଥିବା ବେଳେ ଦଳ ତାଲିକାର ୮ମ ସ୍ଥାନରେ ପହଞ୍ଚି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.