ହଠାତ ଭୁଶୁଡିଲା ପାଚେରୀ: ଚାପି ହୋଇ ୪ ମୃତ, ଜଣେ ଗୁରୁତର
ଭୁଶୁଡିଲା ପାଚେରୀ, ଚାଲିଗଲା ୪ ଜୀବନ। ହରିୟାଣା ଗୁରୁଗ୍ରାମ ଅର୍ଜୁନ ନଗରରେ ଘଟିଛି ଏହି ଅଘଟଣ । ପାଚେରୀର କିଛି ଅଂଶ ଭୁଷୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବଳିକା ରହିଛି।

ନୂଆଦିଲ୍ଲୀ : ଭୁଶୁଡିଲା ପାଚେରୀ, ଚାଲିଗଲା ୪ ଜୀବନ । ହରିୟାଣା ଗୁରୁଗ୍ରାମ ଅର୍ଜୁନ ନଗରରେ ଘଟିଛି ଏହି ଅଘଟଣ । ପାଚେରୀର କିଛି ଅଂଶ ଭୁଷୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ନାବଳିକା ରହିଛି । ମୃତକମାନେ ହେଉଛନ୍ତି- ଦେବୀ ଦୟାଲ (୭୦), ମନୋଜ ଗାବା (୫୨), କୃଷ୍ଣ କୁମାର (୫୨) ଓ ତାନ୍ୟା (୧୧) । ଆହତଙ୍କ ନାଁ ଦୀପା ପ୍ରଧାନ । ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
#WATCH | Haryana: Four people, including a child, died when the walls of a crematorium collapsed on them in Arjun Nagar, Gurugram today. Their postmortem is being done. Police investigation is underway and further action will be taken. pic.twitter.com/5ezomHRd3K
— ANI (@ANI) April 20, 2024
ତେବେ ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଏକ ପାଚେରୀ ପାଖରେ ବସି କିଛି ଲୋକ କଥାବାର୍ତ୍ତା ହେଉଥିବାବେଳେ ହଠାତ୍ ପାଚେରୀଟି ଭୁଶୁଡି ପଡିଥିଲା । ଏହା ତଳେ ୬ ଜଣ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ହିଁ ତିନି ଜଣ ବ୍ୟକ୍ତି ଓ ଜଣେ ନାବାଳିକା ପ୍ରାଣ ହରାଇଥିଲେ । ଉଦ୍ଧାର ହେବା ପୂର୍ବରୁ ସେମାନଙ୍କ ମୃତ୍ୟୁ ଘଟି ସାରିଥିଲା । ଅନ୍ୟ ଜଣେ ଶିଶୁ ଓ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଶିଶୁ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପାଚେରୀଟି କିଭଳି ଭୁଶୁଡିଲା ସେନେଇ ତଦନ୍ତ ଜାରି ରହିଛି ।