ମା’ ମଙ୍ଗଳାଙ୍କୁ ୧୪ଲକ୍ଷ ୭ହଜାର ୫୦୦ଟଙ୍କାର ସୁନା ଅଳଙ୍କାର ଅର୍ପଣ କଲେ ଏହି ଭକ୍ତ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କୁ ଜଣେ ଦମ୍ପତି ଦାନ କରିଛନ୍ତି ୧୪ଲକ୍ଷ ସାତହଜାର ୫୦୦ ଟଙ୍କାର ସୁନା ଅଳଙ୍କାର । ଭଦ୍ରକ ଅଞ୍ଚଳର ଜୈନିକ ଭକ୍ତ ମା ମଙ୍ଗଳାଙ୍କୁ ଚାରୋଟି ସୁନାର କଙ୍କଣ ଦାନ କରିଛନ୍ତି ।

କାକଟପୁର (କେନ୍ୟୁଜ): ଅଲୌକିକ ଲୀଳାର ଶକ୍ତିପୀଠ ହେଉଛି କାକଟପୁର ମା’ ମଙ୍ଗଳାଙ୍କ ଶକ୍ତିପୀଠ । ମା’ ଏଠି ସାକ୍ଷାତ ପାଷାଣ ପ୍ରତିମା ସ୍ଵରୁପରେ ବିରାଜମାନ କରିଛନ୍ତି । ଓଡିଆରେ ଗୋଟେ କଥା ଅଛି “ବିଶ୍ଵାସେ ମିଳଇ ହରି ତର୍କେ ବହୁ ଦୂରେ “ ଅର୍ଥାତ ଓଡିଆମାନେ ହେଉଛନ୍ତି ଇଶ୍ଵର ବିଶ୍ଵାସୀ । ଓଡିଆ ପରମ୍ପରାରେ ରହିଛି ବାରମାସରେ ତେର ପର୍ବ । ଏଠାରେ ଅନେକ ଦେବାଦେବୀଙ୍କ ମନ୍ଦିର ସହିତ ଶକ୍ତିପୀଠ ଦେଖିବାକୁ ପାଇବେ । ସେଥିମଧ୍ୟରୁ ପୁରୀ ଜିଲ୍ଲା କାକଟପୁର ମା’ ମଙ୍ଗଳାଙ୍କ ଶକ୍ତିପୀଠ ହେଉଛି ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ।

ମା’ ମଙ୍ଗଳା ହେଉଛନ୍ତି ଆଦି ଶକ୍ତି । କିମ୍ବଦନ୍ତୀ ଅନୁଯାୟୀ ୧୧୦୦ ଖୀଷ୍ଟାବ୍ଦରେ ମା’ ମଙ୍ଗଳାଙ୍କୁ ପ୍ରାଚୀ ନଦୀରୁ ଉଦ୍ଧାର କରଯାଇଥିଲା । ମା’ ମଙ୍ଗଳାଙ୍କ ପ୍ରତିମା କଳାମୁଗୁନି ପଥରରେ ତିଆରି ହୋଇଛି । ମା ଦେଖିବାକୁ ବହୁତ ସୁନ୍ଦର । ମା’ ଙ୍କ ବିଗ୍ରହ ର ଉଚ୍ଚତା ଛଅ ଫୁଟ ଛଇଞ୍ଚ ରହିଥିବା ବେଳେ ଓସାର ଚାରିଫୁଟ ଛଅ ଇଞ୍ଚ ରହିଛି ।

ମା’ ମଙ୍ଗଳାଙ୍କ ପୀଠ ରେ ଅନେକ ସମୟରେ ଚମତ୍କାର ଦେଖିବାକୁ ମିଳିଥାଏ । ନିୟମ ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ,ବଡଠାକୁର ବଳଭଦ୍ର ,ମା ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ଙ୍କ ନବକଳେବର ସମୟରେ ମା’ ମଙ୍ଗଳାଙ୍କ ସ୍ଵପ୍ନାଦେଶ ପରେ ହିଁ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ଦାରୁ ସନ୍ଧାନ ହୋଇଥାଏ । ସେହିଭଳି ମା’ ମଙ୍ଗଳାଙ୍କ ମନ୍ଦିର କୁ ବର୍ଷର ସବୁ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ମା’ ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ବିଶେଷ ଭାବରେ ଚୈତ୍ରମାଷର ଝାମୁଜାତ୍ରା ସମୟରେରେ ମନ୍ଦିର ଭିତରକୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ପାଇଁ ଲାମ୍ବା ଧାଡିରେ ଯାଇଥାନ୍ତି ।

ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କୁ ଜଣେ ଦମ୍ପତି ଦାନ କରିଛନ୍ତି ୧୪ଲକ୍ଷ ସାତହଜାର ୫୦୦ ଟଙ୍କାର ସୁନା ଅଳଙ୍କାର । ଭଦ୍ରକ ଅଞ୍ଚଳର ଜୈନିକ ଭକ୍ତ ମା ମଙ୍ଗଳାଙ୍କୁ ଚାରୋଟି ସୁନାର କଙ୍କଣ ଦାନ କରିଛନ୍ତି । ଦାନ କରାଯାଇଥିବା କଙ୍କଣ ଚାରୋଟିର ଓଜନ ୧୯୬ଗ୍ରାମ ରହିଥିବା ବେଳେ ମା’ ମଙ୍ଗଳାଙ୍କୁ ବିଭିନ୍ନ ପୂଜା ପାର୍ବଣ ଏବଂ ବେଶ ସମୟରେ ଏହି ଅଳଙ୍କାରକୁ ମା ପିନ୍ଧି ପାରିବେ।

ଭକ୍ତ ଙ୍କ ଠାରୁ ସୁନାର ଅଳଙ୍କାରକୁ ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାସ ଗ୍ରହଣ କରି ଭକ୍ତଙ୍କୁ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ର ରସିଦ ପ୍ରଦାନ କରିଥିଲେ । ଏହି ସମୟରେ ମା’ ମଙ୍ଗଳା ସେବକ ସମିତି ର ପରାମର୍ଶଦାତା ତୃଷାର ରଞ୍ଜନ ଦୀକ୍ଷିତ ଙ୍କ ସମେତ ଅନ୍ୟ ସେବାୟତ ମାନେ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.