ସକାଳୁ ରାଜଧାନୀରେ ଅସହ୍ୟ ତାତି, ୮ଟା ୩୦ ସୁଦ୍ଧା ବାରିପଦାରେ ତାପମାତ୍ରା ୩୭ ଡିଗ୍ରୀ

ସକାଳୁ ଜାଳିଲାଣି । ଆହୁରି ଜାଳିବ । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ସକାଳ ସାଢେ ୮ଟା ସୁଦ୍ଧା ବାରିପଦାରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ । ୩୦ ଡିଗ୍ରୀ ଉପରେ ରହିଛି ୧୫ଟି ସହରର ତାପମାତ୍ରା ।

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ଜାଳିଲାଣି । ଆହୁରି ଜାଳିବ । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ସକାଳ ସାଢେ ୮ଟା ସୁଦ୍ଧା ବାରିପଦାରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ । ୩୦ ଡିଗ୍ରୀ ଉପରେ ରହିଛି ୧୫ଟି ସହରର ତାପମାତ୍ରା । ବଲାଙ୍ଗୀରରେ ୩୫.୪, ଭଦ୍ରକରେ ୩୫ ଏବଂ ଯାଜପୁରରେ ତାପମାତ୍ରା ୩୪.୮, ଭବାନୀପାଟଣା ଓ ଝାରସୁଗୁଡ଼ାରେ ତାପମାତ୍ରା ୩୪.୪ , କେନ୍ଦୁଝର-କଟର ତାପମାତ୍ରା ୩୪ ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇ ୩୨.୬ ଡିଗ୍ରୀରେ ରହିଛି ।

ଆସନ୍ତା ୨୪ ଘଣ୍ଟା ଯାଏ ତାତିରୁ ମିଳିବନି ନିସ୍ତାର । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓ ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ବଢିଛି ତାପମାତ୍ରା। ଗ୍ରୀଷ୍ମପ୍ରବାହ ପାଇଁ ଆଜି ୩ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଗ୍ରୀଷ୍ମପ୍ରବାହ ନେଇ ୯ଟି ଜିଲ୍ଲା ଏବଂ ଉଷ୍ମ ଓ ଆଦ୍ର ପାଣିପାଗ ନେଇ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୪ ଘଣ୍ଟା ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ଦିନର ତାପମାତ୍ରା ଧୀରେ ଧୀରେ ୨ରୁ ୩ଡିଗ୍ରୀ କମିବାର ସମ୍ଭାବନା ରହିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.