ବାଣୀ ବିହାର କ୍ୟାମ୍ପସ ଭିତରୁ ଲୁଟ୍, କ୍ୱାର୍ଟର ଲକ୍ ଭାଙ୍ଗି ନେଇଗଲେ ୫ଲକ୍ଷର ସୁନା ଗହଣା

ବାଣୀବିହାରରେ ଘର ଲକ୍ ଭାଙ୍ଗି ଲୁଟ୍। ଭୁବନେଶ୍ବର ବାଣୀବିହାରରେ କ୍ବାର୍ଟର୍ସରୁ ଲୁଟ୍ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ଘର ଲକ୍ ଭାଙ୍ଗି ୨ ଲକ୍ଷ ଟଙ୍କା ସହ ୫ଲକ୍ଷ ଟଙ୍କାର ସୁନା ଗହଣା, ଲାପଟପ୍ , ମୋବାଇଲ ଆଦି ଲୁଟି ନେଇଛନ୍ତି । ଏନେଇ ଘର ମାଲିକ ସହିଦ୍ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ବାଣୀବିହାରରେ ଘର ଲକ୍ ଭାଙ୍ଗି ଲୁଟ୍ । ଭୁବନେଶ୍ବର ବାଣୀବିହାରରେ କ୍ବାର୍ଟର୍ସରୁ ଲୁଟ୍ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ଘର ଲକ୍ ଭାଙ୍ଗି ୨ ଲକ୍ଷ ଟଙ୍କା ସହ ୫ଲକ୍ଷ ଟଙ୍କାର ସୁନା ଗହଣା, ଲାପଟପ୍ , ମୋବାଇଲ ଆଦି ଲୁଟି ନେଇଛନ୍ତି । ଏନେଇ ଘର ମାଲିକ ସହିଦ୍ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଲୁଟେରାମାନେ ଘଟଣାସ୍ଥଳରେ ଏକ ଲେଦର ବ୍ୟାଗ୍ ଛାଡିଯାଇଥିବା ଦେଖିବାକୁ ମିଳିଛି । ସେହି ବ୍ୟାଗକୁ ନେଇ ଏବେ ଛାନଭିନ୍ ଆରମ୍ଭ କରିଛି ପୋଲିସ । ସନ୍ଧାନୀ କୁକୁର ସହ ଡଗ୍ ସ୍କ୍ୱାର୍ଡକୁ ନେଇ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.