୨୪ ମହାସଂଗ୍ରାମ: ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ, ସୋନପୁରରୁ ଆରମ୍ଭ କରିବେ ପ୍ରଚାର

ସୋନପୁରରୁ ପ୍ରଚାର ଆରମ୍ଭ କରିବେ ଶାହ। ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଅପରାହ୍ନ ୪ଟା ସୋନପୁରରେ ଜନସଭାରେ ଯୋଗ ଦେବେ ।

ଭୁବନେଶ୍ୱର (କେନ୍ୟୁଜ): ସୋନପୁରରୁ ପ୍ରଚାର ଆରମ୍ଭ କରିବେ ଶାହ ।  ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ପ୍ରଚାର ପାଇଁ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି ।  ରାଜ୍ୟ ସରକାରଙ୍କ ପ୍ରତି ତାଙ୍କର କିପରି ଆଭିମୁଖ୍ୟ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।  ଅପରାହ୍ନ ୪ଟା ସୋନପୁରରେ ଜନସଭାରେ ଯୋଗ ଦେବେ ।  ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମରେ ଅମିତ ଶାହଙ୍କ ନିର୍ବାଚନୀ ସଭା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି ।  ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଶାହ ସୋନପୁର କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଭୁବନେଶ୍ୱର ଆସିବେ ।  ଏଠାରେ ସେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ବୈଠକ କରିବେ ବୋଲି ଜଣାପଡ଼ିଛି ।  ଏଥର ମା, ମାଟି ଓ ମାତୃଭାଷା ନେଇ ଲଢେଇ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।  ଓଡିଆ ଅସ୍ମିତାକୁ ନେଇ ହେବ ଲଢେଇ ଆଗାମୀ ନିର୍ବାଚନରେ ବିଜେପି ସରକାର ଗଢିବା ନେଇ ରଣନୀତି କରିପାରନ୍ତି ଅମିତ ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.