ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସରିଲା ପ୍ରଚାର, କାଲି ୮୯ ଆସନରେ ହେବ ମତଦାନ

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସରିଲା ପ୍ରଚାର, କାଲି ଭୋଟ । ଆସନ୍ତାକାଲି ୮୯ ଆସନରେ ହେବ ମତଦାନ । ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୯ ଆସନରେ ମତଦାନ ହେବ ।

ନୂଆଦିଲ୍ଲୀ : ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସରିଲା ପ୍ରଚାର, କାଲି ଭୋଟ । ଆସନ୍ତାକାଲି ୮୯ ଆସନରେ ହେବ ମତଦାନ । ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୯ ଆସନରେ ମତଦାନ ହେବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହେବ। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୨ହଜାର ୬୩୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ନାକଚ ଓ ପ୍ରତ୍ୟାହାର ପରେ ଏବେ ୧୨୧୦ ପ୍ରାର୍ଥୀ ରହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ ଆସନରେ ଭୋଟ ଗ୍ରହଣ କରାଯିବ ।

ସେହିଭଳି କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩ , ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନରେ ମତଦାନ ଗ୍ରହଣ କରାଯିବ । ଫୋକସରେ ରହିଛି ୱାୟନାଡ, ମଥୁରା ଓ ମିରଟ । ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ, ହେମା ମାଳିନୀ, ଓମ ବିର୍ଲା ଓ ତେଜସ୍ବୀ ସୂର୍ଯ୍ୟଙ୍କ ଭାଗ୍ୟ ନିର୍ଦ୍ଧାଣ ହେବ । ମତଦାନକୁ ସୁରୁଖୁରୁରେ ଶେଷ କରିବା ସହ ଖରାର ମୁକାବିଲା ପାଇଁ ପଦକ୍ଷେପ ସହ ଭୋଟରଙ୍କୁ ଯେପରି ପ୍ରଲୋଭିତ କରାନଯାଏ, ଦୃଢ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ପୁଲିସ ବାହିନୀର ସୁବିନିଯୋଗ ଉପରେ ପର୍ଯ୍ଯବେକ୍ଷକମାନେ ନଜର ରଖିବେ । ପୋଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.