ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ, ୪ ଲୋକସଭା ଆସନରେ ହେବ ଭୋଟିଂ

ଓଡ଼ିଶାରେ ପ୍ରଥପ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ଭୋଟିଂ ହେବ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ପ୍ରଥପ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ଭୋଟିଂ ହେବ । ମେ ୧୩ରେ ହେବ ଭୋଟଗ୍ରହଣ। ଗତ ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ଜିତିଥିବା ବେଳେ କଳାହାଣ୍ଡିରେ ବିଜେପି ଓ କୋରାପୁଟ ଲୋକସଭା ଆସନରେ କଂଗ୍ରେସ ଜିତିଥିଲା ।

ଏହି ଚାରୋଟି ସଂସଦୀୟ କ୍ଷେତ୍ର ଅଧୀନ ୨୮ ବିଧାନସଭା ଆସନରୁ ଗତଥର ୨୧ଟି ଆସନ ବିଜେଡି ଜିତିଥିଲା । ବିଜେପି ଚାରିଟି ଓ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିଲେ । ଏଥର ୨୮ଟି ବିଧାନସଭା ଆସନ ମଧ୍ୟରୁ ୮ଟିରେ ହେବ ହେଭିୱେଟ୍ ଲଢେଇ । ୨୪ ତାରିଖ ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ମୋଟ ୫୫ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସବୁଠାରୁ ଅଧିକ କଳାହାଣ୍ଡିରେ ୧୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ନବରଙ୍ଗପରୁ ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କୋରାପୁଟ ଲୋକସଭା ଆସନ ଲାଗି ୧୬ ଜଣ ଓ ବ୍ରହ୍ମପୁର ଲୋକସଭା ଆସନ ଲାଗି ୧୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.