ଆହୁରି ୧୦ ଦିନ ଜାଳିବ, ମେ ୪ ଯାଏଁ ତାତିରୁ ନିସ୍ତାର ନାହିଁ

ଆହୁରି ୧୦ ଦିନ ଯମ ଯନ୍ତ୍ରଣା । ହୁତହୁତ ହୋଇ ଜଲିବ ଓଡ଼ିଶା ।  ମେ ୪ ଯାଏଁ ନିସ୍ତାର ଆଶା କମ୍ । କାଳବୈଶାଖୀ ବର୍ଷା ସତ୍ତ୍ବେ ତାତିରେ ଲାଗୁନି ବ୍ରେକ । ୪୩.୨ ଡିଗ୍ରୀ ସହ ଭୁବନେଶ୍ବର ଓ ନୂଆପଡ଼ା ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ଭୁବନେଶ୍ୱର (କେନ୍ୟୁଜ): ଆହୁରି ୧୦ ଦିନ ଯମ ଯନ୍ତ୍ରଣା । ହୁତହୁତ ହୋଇ ଜଲିବ ଓଡ଼ିଶା ।  ମେ ୪ ଯାଏଁ ନିସ୍ତାର ଆଶା କମ୍ । କାଳବୈଶାଖୀ ବର୍ଷା ସତ୍ତ୍ବେ ତାତିରେ ଲାଗୁନି ବ୍ରେକ । ୪୩.୨ ଡିଗ୍ରୀ ସହ ଭୁବନେଶ୍ବର ଓ ନୂଆପଡ଼ା ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ୪୧ ସହର ଉପରେ ରେକର୍ଡ ହୋଇଛି ୨୦ ସହରର ତାପମାତ୍ରା । ୨୭ ଓ ୨୮ରେ ଅଧିକ କଲବଲ କରିବ ତାତି । ପାଞ୍ଚ ଦିନ ହିଟ୍ ୱେଭ ଓ ସିଭିୟର ହିଟ ୱେଭ ପାଇଁ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର  ।

ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ୨୪ ଘଣ୍ଟା ମଧ୍ୟରେ ହିଟ ପାଇଁ ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ କୋଷ୍ଟାଲ ଓଡ଼ିଶାର ଜିଲ୍ଲା ପାଇଁ ସତର୍କ ଜାରି ହୋଇଛି । ଏହାସହ ଗଞ୍ଜାମ ଓ ଗଜପତି ପାଇଁ ଆରେଞ୍ଜ ଆଲର୍ଟ ଜାରି ହୋଇଛି। ୨୬ ତାରିଖରେ ରାଜ୍ଯର ଅଧିକାଂଶ ଜିଲ୍ଲାରେ ହିଟ ୱେଭ ଦେଖାଯିବ। ୨୭ ଓ ୨୮ରେ ସିଭିୟର ହିଟୱେବ ସମ୍ଭାବନା ରହିଛି।  ଆଗାମୀ ଦିନରେ କିଛି ଜଲ୍ଲାରେ ୪୫ ଡିଗ୍ରୀ ଉପରେ ମଧ୍ୟ ରେକର୍ଡ କରାଯାଇପାରେ। ଗତ ୧୫ ତାରିଖରୁ ଲଗାତାର ଗ୍ରୀଷ୍ଣ ପ୍ରବାହ ଜାରି ରହିଛି। ମେ ପହିଲାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.