ନିର୍ବନ୍ଧ ପାର୍ଟିରେ ଲୁଟ୍‌, କୁଣିଆ ହୋଇ ଆସିଲେ ଗିପ୍ଟ୍‌ ବ୍ୟାଗ୍‌ ନେଇ ଛୁ ମାରିଲେ

ନିର୍ବନ୍ଧ ପାର୍ଟିରୁ ଗିଫ୍ଟ ବ୍ୟାଗ ଲୁଟ୍‌ । କୁଣିଆ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଜୟଦେବ ବିହାରରେ ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ । ହେଲେ ସେହି ସମୟରେ ଦୁଇଜଣ ଦୁର୍ବୁତ୍ତ ଆସି ଗିପ୍ଟ ବ୍ୟାଗ୍‌ ନେଇ ଛୁ ମାରିଥିଲେ ।

ଭୁବନେଶ୍ୱର(କେନ୍ୟୁଜ୍‌) : ନିର୍ବନ୍ଧ ପାର୍ଟିରୁ ଗିଫ୍ଟ ବ୍ୟାଗ ଲୁଟ୍‌ । କୁଣିଆ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଜୟଦେବ ବିହାରରେ ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ । ହେଲେ ସେହି ସମୟରେ ଦୁଇଜଣ ଦୁର୍ବୁତ୍ତ ଆସି ଗିପ୍ଟ ବ୍ୟାଗ୍‌ ନେଇ ଛୁ ମାରିଥିଲେ । ଏହି ଘଟଣା ପରେ ମୈତ୍ରୀବିହାର ଥାନାରେ ଅଭିଯୋଗ ହୋଇଥିଲା । ହୋଟେଲର ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୋଲିସର ତଦନ୍ତ ଜାରି ରଖିଥିଲା । ଏନେଇ ଦୁଇଜଣ ଯୁବକକୁ ଚିହ୍ନଟ କରିଛି ପୋଲିସ ।

ସେହିପରି ଆଜି ରାଜଧାନୀ ବାଣୀ ବିହାରରେ ଲୁଟ୍‌ ହୋଇଛି ।ବାଣୀବିହାରରେ କ୍ବାର୍ଟର୍ସରୁ ଲୁଟ୍ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ଘର ଲକ୍ ଭାଙ୍ଗି ୨ ଲକ୍ଷ ଟଙ୍କା ସହ ୫ଲକ୍ଷ ଟଙ୍କାର ସୁନା ଗହଣା, ଲାପଟପ୍ , ମୋବାଇଲ ଆଦି ଲୁଟି ନେଇଛନ୍ତି । ଏନେଇ ଘର ମାଲିକ ସହିଦ୍ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଲୁଟେରାମାନେ ଘଟଣାସ୍ଥଳରେ ଏକ ଲେଦର ବ୍ୟାଗ୍ ଛାଡିଯାଇଥିବା ଦେଖିବାକୁ ମିଳିଛି । ସେହି ବ୍ୟାଗକୁ ନେଇ ଏବେ ଛାନଭିନ୍ ଆରମ୍ଭ କରିଛି ପୋଲିସ । ସନ୍ଧାନୀ କୁକୁର ସହ ଡଗ୍ ସ୍କ୍ୱାର୍ଡକୁ ନେଇ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.