Below header

ୟୁଟ୍ୟୁବର୍ ସାଗର ଠାକୁରଙ୍କୁ ମାର୍‌ପିଟ୍‌ ମାମଲାରେ, ଏଲଭିଶ ଯାଦବଙ୍କୁ ପଚରାଉଚରା କରୁଛି ପୋଲିସ

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ଗ୍ୟାଙ୍ଗ ସହିତ ୟୁଟ୍ୟୁବର୍ ସାଗର ଠାକୁର ଅର୍ଥାତ୍‌ ମ୍ୟାକ୍ସଟର୍ନଙ୍କୁ ପିଟୁଥିବାର ନଜର ଆସିଛନ୍ତି । ତେବେ ଭିଡିଓ ଭାଇରାଲ ହେବା ପରେ ଏଲ୍‌ଭିସ୍‌ ଏହି କଥାକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି । କିନ୍ତୁ ପୋଲିସ ଏହା ପରେ ମଧ୍ୟ ପୁଣି ଥରେ ପଚରାଉଚରା ପାଇଁ ଏଲଭିଶଙ୍କୁ ପୋଲିସ ଷ୍ଟେସନ୍‌କୁ ଡକାଇଛନ୍ତି ।

ଫେମସ୍‌ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଓଟିଟି ୨ ଟାଇଟଲ୍ ବିଜେତା, ଏଲଭିଶ୍ ଯାଦବ ବିବାଦ ପାଇଁ ପୁଣି ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆ ଜରିଆରେ ଏଲଭିଶ ତାଙ୍କ କ୍ୟାରିୟରରେ ବହୁତ ଭଲ ନାମ କରିଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ଗ୍ୟାଙ୍ଗ ସହିତ ୟୁଟ୍ୟୁବର୍ ସାଗର ଠାକୁର ଅର୍ଥାତ୍‌ ମ୍ୟାକ୍ସଟର୍ନଙ୍କୁ ପିଟୁଥିବାର ନଜର ଆସିଛନ୍ତି । ତେବେ ଭିଡିଓ ଭାଇରାଲ ହେବା ପରେ ଏଲ୍‌ଭିସ୍‌ ଏହି କଥାକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି । କିନ୍ତୁ ପୋଲିସ ଏହା ପରେ ମଧ୍ୟ ପୁଣି ଥରେ ପଚରାଉଚରା ପାଇଁ ଏଲଭିଶଙ୍କୁ ପୋଲିସ ଷ୍ଟେସନ୍‌କୁ ଡକାଇଛନ୍ତି ।

ବର୍ତ୍ତମାନ ଗୁରୁଗ୍ରାମ ପୋଲିସ ପୁଣି ଏଲଭିଶ ଯାଦବଙ୍କୁ ଧାରା ୪୧A ଅନୁଯାୟୀ ନୋଟିସ ପଠାଇଛି । ଏହି ପ୍ରସଙ୍ଗରେ ତାଙ୍କୁ ପଚରାଉଚରା ପାଇଁ କୁହାଯାଇଛି । ମାର୍ଚ୍ଚ ୧୨ରେ ସେକ୍ଟର ୫୩ ପୋଲିସ ଷ୍ଟେସନରେ ପଚରାଉଚୁରାରେ ଯୋଗଦେବାକୁ ୟୁଟ୍ୟୁବରକୁ ଡକାଯାଇଛି । ବିଗ୍ ବସ୍ ଜିତିବା ପୂର୍ବରୁ ମଧ୍ୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଜଣେ ଜଣାଶୁଣା ଚେହେରା ଥିଲେ, କିନ୍ତୁ ବିଗ୍ ବସ୍ ଜିତିବା ପରେ ତାଙ୍କର ପପୁଲାରଟି ଆକାଶ ଛୁଇଛି । କିନ୍ତୁ ବିଗ୍ ବସ୍ ଜିତିବା ପରେ ଏଲଭିଶ ଯାଦବଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରଥମେ ସେ ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ପାଇଁ ବିବାଦରେ ଥିଲେ । ଏହା ପରେ ତାଙ୍କର ଅନେକ ଭିଡିଓ ଏହି ବର୍ଷରେ ଭାଇରାଲ୍ ହୋଇଛି, ଯେଉଁଥିରେ ସେ ଝଗଡା କରୁଥିବାର ନଜର ଆସିଛନ୍ତି । ଏବେ ତାଙ୍କ ବିରୋଧରେ ଏହି ନୂଆ ମାମଲା ସାମ୍ନାକୁ ଆସିଛି ।

ନିକଟରେ ସେଲିବ୍ରିଟି କ୍ରିକେଟ୍ ଲିଗରେ କ୍ରିକେଟ୍ ଖେଳୁଥିବା ନଜର ଆସିଥିଲେ ଏଲଭିଶ ଯାଦବ ଏବଂ ମୁନାୱାର ଫାରୁକି । ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ ଏହି କ୍ରିକେଟ୍ ମ୍ୟାଚ୍ ପରେ ସେମାନଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ସାଗର ଠାକୁର ଏହି ଫଟୋରେ ନିଜର କମେଣ୍ଟ ଦେଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଏଲଭିଶ ଏବଂ ସାଗରଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । କିନ୍ତୁ ଏହି ଝଗଡା ବଢିବାକୁ ଲାଗିଲା ଏବଂ ଏଥିପାଇଁ ପରେ ଦୁଇ ଜଣ ଏକାଠି ସମାଧାନ ପାଇଁ ଯୋଜନା କରିଥିଲେ । ତେବେ ଦୁଇ ଜଣ ଗୁରୁଗ୍ରାମର ଏକ ମଲରେ ଦେଖା କରିଥିଲେ । ସାଗର ସେଠାରେ ଏକା ଆସିଥିବାବେଳେ ଏଲଭିଶ ତାଙ୍କ ଗ୍ୟାଙ୍ଗ ସହିତ ମଲରେ ପହଞ୍ଚି ସାଗରଙ୍କୁ ପିଟିଥିଲେ । ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଏହା ପରେ ଏଲଭିଶ ଏପରି ଏକ ବିବାଦରେ ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.