Below header

ଘରେ ଲାଗିଗଲା ନିଆଁ ଜୀବନ୍ତ ଦଗ୍ଧ ହୋଇଗଲେ ୨୫ ଉର୍ଦ୍ଧ୍ୱ ଛେଳି ଓ ୪ଟି ଗାଈ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗାଁ ରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡରେ ଗାଁ ର କୈଳାସ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଘର ଓ ପାଳିତ ପଶୁ ମାନେ ନିଆଁରେ ଜଳି ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗାଁ ରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡରେ ଗାଁ ର କୈଳାସ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଘର ଓ ପାଳିତ ପଶୁ ମାନେ ନିଆଁରେ ଜଳି ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୃର୍ବୁତ୍ତ ଘରେ ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ନିଆଁରେ କ୍ଷତିଗ୍ରସ୍ତ ପରିବାର । ଅଗ୍ନିକାଣ୍ଡ ଯୋଗୁଁ ପଚିଶିରୁ ଉର୍ଦ୍ଧ୍ୱ ଛେଳି,ଚାରୋଟି ଗାଈ ଜଳି ସମ୍ପୂର୍ଣ୍ଣ ଦଗ୍ଧ ହୋଇଯାଇଥିବା ବେଳେ ଘରେ ଥିବା ସମସ୍ତ ଖାଇବା ସାମଗ୍ରୀ ବସ୍ତ୍ର ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପୋଡ଼ି ଯାଇଛି ।

ସୂଚନା ଅନୁସାରେ ବଳବୁଧି ଗାଁର କୈଳାସ ମଲ୍ଲିକଙ୍କ ସହିତ ତାଙ୍କର ପଡ଼ୋଶୀଙ୍କ ସହିତ ଜମିଜମାକୁ ନେଇ ପୂର୍ବରୁ ଶତ୍ରୁତା ରହିଥିଲା। ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିବା ବେଳେ ଗତକାଲି କୈଳାସଙ୍କ ସହିତ ପରିବାର ସଦସ୍ୟ ଘରେ ଶୋଇଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଥିଲେ। ହଠାତ୍ ଘରେ ନିଆଁ ଲାଗିଥିବା ଦେଖି କୈଳାସ ପ୍ରଥମେ ପରିବାର ସଦସ୍ୟଙ୍କୁ ବାହାରକୁ ସୁରକ୍ଷିତ ଭାବେ ବାହାର କରିଥିବା ବେଳେ ଗୁହାଳରେ ଥିବା ପଚିଶିରୁ ଉର୍ଦ୍ଧ୍ୱ ଛେଳି ଓ ଚାରି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ନିଆଁରେ କୈଳାସଙ୍କ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ବର୍ଷକର ଅମଳ ଧାନ, ଚାଉଳ ସହିତ ପିନ୍ଧା ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ଏନେଇ କୈଳାସ ମଲ୍ଲିକ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ପ୍ରଶାସନ ପାଖରେ ପରିବାର ପକ୍ଷରୁ ନ୍ୟାୟ ଭିକ୍ଷା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.