କଙ୍ଗୋରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଯୋଗୁ ୧୫ ଜଣଙ୍କ ମୃତ୍ୟୁ; ୬୦ ନିଖୋଜ

କଙ୍ଗୋରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଦକ୍ଷିଣ-ପଶ୍ଚିମ କଙ୍ଗୋରେ ପ୍ରବଳ ବର୍ଷା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି ।

କଙ୍ଗୋରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଦକ୍ଷିଣ-ପଶ୍ଚିମ କଙ୍ଗୋରେ ପ୍ରବଳ ବର୍ଷା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି ୬୦ ଜଣ ଲୋକ ଏଥିରେ ନିଖୋଜ ଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଜଣେ ଅଧିକାରୀ କହିଛନ୍ତି ଯେ ଇଡିୟୋଫା ସହର ନିକଟସ୍ଥ ବନ୍ଦରଠାରୁ କିଛି ଦୂରରେ ଏହି ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ୭ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଧିକାରୀ ମୁପାସା କହିଛନ୍ତି ଯେ ବନ୍ଦର ଆଗରେ ଏକ ପାହାଡ ଅଛି । ବର୍ଷା ହେତୁ ପାହାଡ଼ର ମାଟି ଧସିପଡ଼ିଛି, ଯାହାଫଳରେ ଏହି ବଡ଼ ଦୁର୍ଘଟଣା ଘଟିଛି ।

ପ୍ରଦେଶର ଅନ୍ତରୀଣ ଗଭର୍ଣ୍ଣର ଫ୍ଲିସିନ୍‌ କିୱେ ଗଣମାଧ୍ୟମକୁ କହିଛନ୍ତି ଯେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସେଠାକୁ ଏକ ଟିମ୍‌ ପଠାଯାଇଛି । ସେମାନେ ୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ସେ କହିଛନ୍ତି ଯେ ୬୦ ଜଣ ଲୋକ ବର୍ତ୍ତମାନ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ପ୍ରକୃତ ସଂଖ୍ୟା କହିବା କଷ୍ଟକର । ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳ ଏକ ପ୍ରକାର ବନ୍ଦର, ଯେଉଁଠି ମତ୍ସ୍ୟଜୀବୀମାନେ ମାଛ ବିକ୍ରି କରିବାକୁ ଆସନ୍ତି ।

ଏହାପୂର୍ବରୁ ବି କଙ୍ଗୋରେ ବର୍ଷା ଓ ଭୂସ୍ଖଳନ ଦେଖିବାକୁ ମିଳିଥିଲା । ଗତ ବର୍ଷ ଡିସେମ୍ବରରେ କଙ୍ଗୋରେ ପ୍ରବଳ ବର୍ଷା ହୋଇଥିଲା । ଏଠାରେ ବୁକାଭୁ ସହରରେ ପ୍ରବଳ ବର୍ଷା ପରେ ହୋଇଥିବା ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଡିସେମ୍ବର ପୂର୍ବରୁ ମଧ୍ୟ ସେପ୍ଟେମ୍ବର ମାସରେ ଉତ୍ତର-ପଶ୍ଚିମ କଙ୍ଗୋରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଏପଟେ ଆଫ୍‌ଗାନିସ୍ତାନରେ ମଧ୍ୟ ବର୍ଷା ରୌଦ୍ର ରୂପ ଦେଖାଇଛି । ପ୍ରବଳ ବର୍ଷା ହେତୁ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଧ୍ୱଂସ ଘଟାଇଛି । ବର୍ଷା ପରେ ଆସିଥିବା ବନ୍ୟାରେ ଅତି କମ୍‌ରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୭ ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.