କ୍ରିପ୍ଟୋ କରେନ୍ସୀରେ ବିନିଯୋଗ ନାଁରେ ୧୪ କୋଟି ଠକେଇ, ୨ ଠକ ଗିରଫ

କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇ । ଅଭିଯୋଗ ପରେ ୨ କାର୍ପଟଦାରଙ୍କୁ ଗିରଫ କଲା ଭୁବନେଶ୍ବର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ ର ସୁଧୀର ପଟେଲ । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ ଆଦି ସ୍ଥାନରୁ ୫ଶହ ଲୋକଙ୍କ ଠାରୁ ଏମାନେ ଟଙ୍କା ଲୁଟିଥିଲେ ।

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇ । ଅଭିଯୋଗ ପରେ ୨ କାର୍ପଟଦାରଙ୍କୁ ଗିରଫ କଲା ଭୁବନେଶ୍ବର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ ର ସୁଧୀର ପଟେଲ । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ ଆଦି ସ୍ଥାନରୁ ୫ଶହ ଲୋକଙ୍କ ଠାରୁ ଏମାନେ ଟଙ୍କା ଲୁଟିଥିଲେ ।

କ୍ରିପ୍ଟୋ ରେ ଟଙ୍କା ବିନିଯୋଗ କରିବାକୁ ଫାଇଭ ଷ୍ଟାର ହୋଟେଲରେ ମିଟିଂ କରି ଲୋକଙ୍କୁ ଚୁନ ଲଗାଉଥିଲେ । ଠକାମୀର ଶିକାର ହେବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିଲେ ପ୍ରେମ ସାଗର ଖମାରୀ । ଅଭିଯୁକ୍ତ ବେଦପ୍ରକାଶ ରାଜସ୍ଥାନ ପୋଲିସରେ ଜଣେ କନଷ୍ଟେବଳ ଭାବେ କାମ କରୁଥିଲେ । ୫ ବର୍ଷ ତଳେ ଟଙ୍କା ହେରଫେର ଘଟଣାରେ ଅଭିଯୁକ୍ତକୁ ପୋଲିସ ଚାକିରିରୁ ବିଦା କରାଯାଇଥିଲା । ଯୁକ୍ତ ୨ରେ ଫେଲ ହୋଇଥିବା ବେଦପ୍ରକାଶ ନିଜକୁ ଠକ କମ୍ପାନୀର ଜାତୀୟ ମୁଖ୍ୟ ବୋଲି ପରିଚୟ ଦେଉଥିଲା । ୨୦୨୨ ମସିହାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରମସନାଲ ମିଟିଂ କରି କ୍ରିପ୍ଟ ସମ୍ପର୍କରେ ବିଶ୍ୱାସ ଜନ୍ମାଉଥିଲେ । ସୋସିଆଲ ମିଡିଆରେ କ୍ରିପ୍ଟୋର ଲାଭ ସଂପର୍କରେ ମିଛ ପ୍ରତିଶ୍ରୁତି ଦେଉଥିଲେ । ସରଳ ଲୋକଙ୍କ ବିଶ୍ୱାସରେ ବିଷ ମିଶାଉଥିଲେ। ମୁଖ୍ୟତଃ ଅଶିକ୍ଷିତ ଲୋକଙ୍କୁ ଟାର୍ଗେଟ କରୁଥିଲେ । କିନ୍ତୁ ଉଦବେଗର କଥା ଟଙ୍କାଟିଏ ମଧ୍ୟ ଲୋକଙ୍କ ଟଙ୍କାକୁ କ୍ରିପ୍ ଟୋରେ ବିନିଯୋଗ କରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.