ସ୍ୱାମୀ କହିପାରିଲେନି ହିନ୍ଦୀ, ସ୍ତ୍ରୀ କହିପାରିଲାନି ଇଂଲିଶ, ବାହାଘର ୩ ମାସରେ ହୋଇଗଲା ଛାଡପତ୍ର

ଯୁବତୀ ଜଣକ ପୋଲିସକୁ କହିଛନ୍ତି କି, ସ୍ୱାମୀ ଇଂଲିଶ କହୁଛନ୍ତି, ମୋତେ ଇଂଲିଶ ଆସୁନାହିଁ । ମୁଁ ହିନ୍ଦୀରେ କହୁଛି କିନ୍ତୁ ସ୍ୱାମୀ ହିନ୍ଦୀ ବୁଝିପାରୁନାହାନ୍ତି । ତେଣୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସ୍ୱାମୀ ମୋତେ ଇଂଲିଶ କଥା ହେବାକୁ ଦାବି କରୁଥିଲେ ।

ଉତ୍ତରପ୍ରଦେଶ ଆଗ୍ରାରେ ଅଦ୍ଭୁଦ ଘଟଣା ସାମ୍ନାକୁ ଆସିଛି । ଇଂଲିଶ ଏବଂ ହିନ୍ଦୀ ନ କହିବାକୁ ବିବାହ ଭାଙ୍ଗିଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପରସ୍ପରକୁ ବର୍ଷେ ଯାଏଁ ଡେଟ୍‌ କରିବା ପରେ ୩ ମାସ ତଳେ ବାହା ହୋଇଥିଲେ ।

ଖବର ମୁତାବକ, ଯୁବକ ଜଣକ ଗୁରୁଗ୍ରାମର ଏକ ପ୍ରାଇଭେଟ ବ୍ୟାଙ୍କରେ ଚାକିରି କରୁଥିଲେ । ଯୁବକ ଜଣକ ଦକ୍ଷିଣ ଭାରତର ହୋଇଥିବା ଯୋଗୁଁ ସେ ହିନ୍ଦୀ କହିପାରୁଥିଲେ । ବର୍ଷେ ତଳେ ଟ୍ରେନିଂ ନେବା ପାଇଁ ଆଗ୍ରା ଆସିଥିଲେ । ଆଗ୍ରାରେ ରହିବା ବେଳେ ଜଣେ ଯୁବତୀଙ୍କ ସହିତ ଦେଖାହୋଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ତା’ ପରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୁହେଁ ପରସ୍ପରକୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏହାପରେ ୩ ମାସ ତଳେ ଦୁହେଁ ବିବାହ କରିଥିଲେ ।

ତେବେ ଯୁବତୀ ଜଣକ ୧୫ ଦିନ ହେଲାଣି ନିଜ ବାପ ଘରେ ରହୁଥିଲେ । ଯୁବତୀ ଜଣକ ପୋଲିସକୁ କହିଛନ୍ତି କି, ସ୍ୱାମୀ ଇଂଲିଶ କହୁଛନ୍ତି, ମୋତେ ଇଂଲିଶ ଆସୁନାହିଁ । ମୁଁ ହିନ୍ଦୀରେ କହୁଛି କିନ୍ତୁ ସ୍ୱାମୀ ହିନ୍ଦୀ ବୁଝିପାରୁନାହାନ୍ତି । ତେଣୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସ୍ୱାମୀ ମୋତେ ଇଂଲିଶ କଥା ହେବାକୁ ଦାବି କରୁଥିଲେ । ଏହି କାରଣ ଯୋଗୁଁ ଚିନ୍ତାରେ ମୁଁ ଚିନ୍ତାରେ ରହୁଥିଲି । ଆଉ ମୁଁ ହିନ୍ଦୀରେ କଥା ହେବା ଯୋଗୁଁ ସେ ଅଭଦ୍ରତା କରୁଥିଲେ । ତେଣୁ ୧୫ ଦିନ ତଳେ ମୁଁ ବାପଘରକୁ ଚାଲିଆସିଥିଲି ।

ଏହି ମାମଲାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ପରିବାର ପରାମର୍ଶ କେନ୍ଦ୍ରକୁ ଡକାଯାଇଛି । ସ୍ୱାମୀ କହିଛନ୍ତି, ସେ ଦକ୍ଷିଣ ଭାରତର ଏବଂ ହିନ୍ଦୀରେ ଠିକ୍‌ ଭାବେ କହିପାରୁନାହିଁ । ଘରେ ଇଂଲିଶ କହିବା ଯୋଗୁଁ ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇପାରିନଥିଲା । ଏହାପରେ ସ୍ୱାମୀ ସ୍ତ୍ରୀକୁ ସାଙ୍ଗରେ ରଖିବାକୁ ମନା କରିଦେଇଥିଲେ । ପୋଲିସ ଏହି ମାମଲାରେ ଯୁବତୀଙ୍କ ଅଭିଯୋଗ କ୍ରମେ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.