ଡହଡହ ଖରାରେ ସିଝୁଛି ରାଜ୍ୟ, ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ସବୁଠାରୁ ତତଲା ସହର

ଡହଡହ ଖରାରେ ସିଝୁଛି ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ । ସକାଳ ୯ଟାରୁ ବଢୁଛି ଖରାର ତେଜ । ମଧ୍ୟାହ୍ନରେ ଶୁନଶାନ ହେଇଯାଉଛି ରାସ୍ତାଘାଟ । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ରାଜ୍ୟର ସବୁଠାରୁ ତତଲା ସହର ପାଲଟିଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ଡହଡହ ଖରାରେ ସିଝୁଛି ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ । ସକାଳ ୯ଟାରୁ ବଢୁଛି ଖରାର ତେଜ । ମଧ୍ୟାହ୍ନରେ ଶୁନଶାନ ହେଇଯାଉଛି ରାସ୍ତାଘାଟ । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ରାଜ୍ୟର ସବୁଠାରୁ ତତଲା ସହର ପାଲଟିଛି । ତାପମାତ୍ରା ରେକର୍ଡ ହୋଇଛି ୪୧. ୨ ଡିଗ୍ରୀ ସେଲସିୟସ। ଆଗାମୀ ୫ଦିନ ଯାଏ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନ ନାହିଁ । ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରାରେ ୪ରୁ ୬ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୧୯ତାରିଖ ବେଳକୁ ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର ହୋଇପାରେ । ଗ୍ରୀଷ୍ମଲହରୀ ସହ ଉଷ୍ମ ଓ ଆଦ୍ର ପାଣିପାଗ ନେଇ ଚେତାବନୀ ଜାରି ହୋଇଛି ।

ଆଗାମୀ ୨୪ ଘଣ୍ଟାରେ ଖୋର୍ଦ୍ଧା, କଟକ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ମୟୂରଭଞ୍ଜ ଓ ଯାଜପୁରରେ ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ ଓ ଆଦ୍ର ପାଣିପାଗ ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ସେହିପରି କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, କଟକ, ଭଦ୍ରକ , ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ବରେ ଗ୍ରୀଷ୍ମଲହରୀ ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲା ଓ ଉଷ୍ମ ଏବଂ ଆଦ୍ର ପାଣିପାଗ ନେଇ ତିନିଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.