ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା, ଭିଜିବ ସାରା ଦେଶ

ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଏଥର ଦେଶରେ ସ୍ବାଭାବିକଠାରୁ ଅଧିକ ରହିବ ମୌସୁମୀ ବର୍ଷା । ଜୁନରୁ ସେପ୍ଟେମ୍ବର ଭିତରେ ସାରା ଦେଶରେ ଲଙ୍ଗ ପିରିୟଡ୍ ଆଭରେଜରେ ୧୦୪ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା ରହିଛି । ମୌସୁମୀ ସିଜିନରେ ଦେଶରେ ଅଧିକାଂଶ ସ୍ଥାନରେ ଭଲ ବର୍ଷା ହେବ ।

ଭୁବନେଶ୍ୱର(କେନ୍ୟୁଜ୍‌): ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଏଥର ଦେଶରେ ସ୍ବାଭାବିକଠାରୁ ଅଧିକ ରହିବ ମୌସୁମୀ ବର୍ଷା । ଜୁନରୁ ସେପ୍ଟେମ୍ବର ଭିତରେ ସାରା ଦେଶରେ ଲଙ୍ଗ ପିରିୟଡ୍ ଆଭରେଜରେ ୧୦୪ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା ରହିଛି । ମୌସୁମୀ ସିଜିନରେ ଦେଶରେ ଅଧିକାଂଶ ସ୍ଥାନରେ ଭଲ ବର୍ଷା ହେବ । କିନ୍ତୁ ଓଡ଼ିଶାରେ ନିଅଣ୍ଟିଆ ହେବ । ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସମେତ ପୂର୍ବ, ଉତ୍ତର ପଶ୍ଚିମ ଓ ଉତ୍ତର-ପୂର୍ବ ଭାରତର କିଛି ସ୍ଥାନରେ ନିଅଣ୍ଟିଆ ବୃଷ୍ଟିପାତ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଅର୍ଥାତ ଓଡ଼ିଶାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ । ଏଲ୍ ନିନୋ ଯୋଗୁ ଓଡ଼ିଶା ସମେତ ପୂର୍ବ ଭାରତରେ ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ ସମ୍ଭାବନା ରହିଛି । ପାଣିପାଗ ବିଭାଗ ଆକଳନ କରିଛି, ବର୍ତ୍ତମାନ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏଲ ନିନୋ ସ୍ଥିତି ଦୁର୍ବଳ ରହିଛି । ତେବେ ମୌସୁମୀ ସିଜିନ ମଧ୍ୟଭାଗରେ ଲା ନିନୋ ସ୍ଥିତି ବିକଶିତ ହେବ । ଏହାର ପ୍ରଭାବରେ ପୂର୍ବ, ଉତ୍ତର-ପୂର୍ବ ଓ ଉତ୍ତର ପଶ୍ଚିମ ଭାରତର କିଛି ସ୍ଥାନରେ ସ୍ବାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଙ୍ଗ ପିରିୟଡ ଆଭରେଜରେ ୯୬ରୁ ଶହେ ପ୍ରତିଶତ ଭିତରେ ବର୍ଷାକୁ ସ୍ବାଭାବିକ ବୋଲି ବିବେଚନା କରାଯାଏ । ମୌସୁମୀ ଋତୁରେ ବର୍ଷା ପରିମାଣା ୧୦୪ ପ୍ରତିଶତରୁ ଅଧିକ ରହିଲେ ସ୍ବାଭାବିକଠାରୁ ଅଧିକ ବୋଲି ଧରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.