ଦମ୍ପତିଙ୍କ ପାଇଁ ଶେଷ ହୋଇଗଲା ଶ୍ରାବଣ ସୋମବାରରେ ମହାଦେବଙ୍କ ଦର୍ଶନ, ମାଟିତଳେ ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ

ସେଦିନ ଥିଲା ଶ୍ରାବଣ ସୋମବାର । ମନ୍ଦିରକୁ ଛୁଟୁଥିଲା ଶ୍ରଦ୍ଧାଳୁଙ୍କ ଭିଡ । ହିମାଚଳପ୍ରଦେଶ ସିମଲା ସମରହିଲରେ ଥିବା ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରକୁ ପୂଜା ପାଇଁ ଗଲେ ପ୍ରଫେସର ମାନସୀ ବର୍ମା । ସାଙ୍ଗରେ ଥିଲେ ଓକିଲ ସ୍ୱାମୀ ହରିଶ ବର୍ମା ।

ସେଦିନ ଥିଲା ଶ୍ରାବଣ ସୋମବାର । ମନ୍ଦିରକୁ ଛୁଟୁଥିଲା ଶ୍ରଦ୍ଧାଳୁଙ୍କ ଭିଡ । ହିମାଚଳପ୍ରଦେଶ ସିମଲା ସମରହିଲରେ ଥିବା ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରକୁ ପୂଜା ପାଇଁ ଗଲେ ପ୍ରଫେସର ମାନସୀ ବର୍ମା । ସାଙ୍ଗରେ ଥିଲେ ଓକିଲ ସ୍ୱାମୀ ହରିଶ ବର୍ମା । ଘରେ ଥିଲା ୧୨ ବର୍ଷର ଝିଅ ଶୀତଲ । ଝିଅ ଶୀତଲ ହାତରେ ଫୋନ ଧରାଇ ଦେଇ କହିଲେ ଠାକୁର ଦର୍ଶନ ସାରି ଶୀଘ୍ର ଫେରିଆସିବେ ବୋଲି । ଆସିଲାବେଳେ ଭୋଳାନାଥଙ୍କ ମନ୍ଦିରରୁ କ୍ଷୀର ଆଣିବେ ବୋଲି କହି ଘରୁ ବାହାରି ଚାଲିଗଲେ ହେଲେ ଆଉ ଫେରିଲେ ନାହିଁ । କିଏ ଜାଣିଥିଲା ଶ୍ରାବଣର ଶିବ ଦର୍ଶନ ଥିଲା ତାଙ୍କ ଜୀବନର ଶେଷ ଦର୍ଶନ ହେବ ବୋଲି।

ଆମେ କହୁଛୁ ପ୍ରୋଫେସର ମାନସୀ ଶର୍ମା ଏବଂ ତାଙ୍କ ଆଡଭୋକେଟ ସ୍ବାମୀ ହରୀଶ ଶର୍ମାଙ୍କ କଥା । ହଠାତ ପାହାଡରୁ ଖସିଆସିଲା ମୃତ୍ୟୁ । ବିଶାଳ ପାହାଡ ଚାହୁଁଚାହୁଁ ଧସିବାରେ ଲାଗିଲା । ତାରି ଭିତରେ କେଉଁଆଡେ ନିଶ୍ଚିହ୍ନ ହୋଇଗଲେ ପ୍ରଫେସର ମାନସୀ ଓ ତାଙ୍କ ସ୍ୱାମୀ । ତାଙ୍କ ସହ ମନ୍ଦିର ଭିତରେ ଦବିଗଲେ ପାଖାପାଖି ୫୦ ଶ୍ରଦ୍ଧାଳୁ । କ୍ରମାଗତ ଉଦ୍ଧାର କାର୍ଯ୍ୟ ପରେ ଏଯାଏଁ ୧୨ ଜଣଙ୍କ ମୃତ ଶରୀର ଉଦ୍ଧାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ଭିତରେ ଅଛି ମାନସୀ ଓ ତାଙ୍କ ସ୍ୱାମୀ ହରିଶଙ୍କ ମୃତଦେହ । ଉଦ୍ଧାର ପରେ ଦମ୍ପତ୍ତିଙ୍କ ମୃତ ଶରୀରକୁ ଆଇଜିଏମସି ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଗଲା । ପୋଷ୍ଟମର୍ଟମ ରିପୋର୍ଟର ଯାହା ଜଣାପଡିଲା ତାହା ବାସ୍ତବରେ ହୃଦୟବିଦାରକ ଥିଲା । ମାନସୀଙ୍କ ଶରୀର ଏଭଳି ସ୍ଥିତିରେ ରହିଥିଲା ଯାହା ବିଷୟରେ ଶୁଣିଲେ ଆପଣଙ୍କ ଛାତି ଥମିଯିବ ।  ମାନସୀଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ପ୍ରଫେସର ମାନସୀ ୭ ମାସର ଭର୍ଗବତୀ ଥିଲେ । ହେଲେ ଆପଣ ଏହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ ଏହା ଶୁଣିଲେ ଯେ ଭୂସ୍ଖଳନରେ ତାଙ୍କ ଭୃଣ ମଧ୍ୟ ଗର୍ଭରୁ ବାହାରିଯାଇ ଦବିଯାଇଥିଲା । ଘରେ ଏକୁଟିଆ ଥିବା ଝିଅ ଶୀତଲ ମା’କୁ ଝୁରି ଝୁରି ବିକଳ ହେଉଥିଲା ।

ପ୍ରକୃତିର ଏହି ତାଣ୍ଡବରେ କେବଳ ମାନସୀ ନୁହଁନ୍ତି ତାଙ୍କ ପରିଚିତ ମଧ୍ୟ ପ୍ରାଣ ହରାଇଛନ୍ତି । ଶିବ ଦର୍ଶନ ପାଇଁ ଯାଇଥିବା ଅନ୍ୟଜଣେ ପ୍ରଫେସର ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି । ସମରହିଲର ଏହି ଘଟଣା ସାରା ରାଜ୍ୟକୁ ଦେହଲାଇଦେଇଛି । ଶିବମନ୍ଦିରକୁ ଯାଇଥିବା ଶ୍ରଦ୍ଧାଳୁଙ୍କ ସମ୍ପର୍କୀୟ ସେମାନଙ୍କ ବାଟ ଚାହିଁ ରହିଛନ୍ତି । ହିମାଚଳ ପ୍ରଦେଶରେ ପ୍ରକୃତି କ୍ରମାଗତ ଭାବେ ନିଜର କରାଳ ରୂପ ଦେଖାଉଛି । ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଏଠିକାର ଜନଜୀବନକୁ ଛାରଖାର କରିଦେଇଛି । ଗୋଟେପଟେ ଭାଙ୍ଗଡା ଡ୍ୟାମର ଗେଟ୍ ଖୋଲିଥିବାରୁ ପାଖାପାଖି ୨୦ରୁ ଅଧିକ ଗାଁ ପାଣିରେ ବୁଡିଛି । ଅନ୍ୟପଟେ ଭୂସ୍ଖଳନରେ ମାଟିରେ ନିଶ୍ଚିହ୍ନ ହୋଇଯାଉଛି ଶହଶହ ଘର । ଆଉ ତା ଭିତରେ ଦବିଯାଉଛି ଅନେକ ଜୀବନ ।

ସମରହିଲ ଭୂସ୍ଖଳନ ଘଟଣାରେ ଏବେବି ଉଦ୍ଧାର ଜାରି ରଖିଛନ୍ତି ସେନା ସହ ଅନ୍ୟ ଉଦ୍ଧାରକାରୀ ଟିମ୍ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦରସିଂହ ସୁଖ ଘଟଣାସ୍ଥଳ ବୁଲି ଦେଖିବା ସହ ପୀଡିତ ଓ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସେମାନଙ୍କୁ ଯଥାସମ୍ଭବ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.