Below header

ସିମ୍ କାର୍ଡ ବିକ୍ରି କରିବା ପାଇଁ ଏଣିକି ହେବ ପୋଲିସ୍ ଭେରିଫିକେସନ୍, ନିୟମ ନମାନିଲେ ୧୦ ଲକ୍ଷ ଜରିମାନା

କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ ଆଣିଛନ୍ତି । କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୨ ଲକ୍ଷ ନକଲି ସିମକୁ ଅଚଳ କରିଥିବା କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଦିନକୁ ଦିନ ବଢ଼ିବାରେ ଲାଗିଛି ଫୋନ କଲ୍ ମାଧ୍ୟମରେ ଜାଲିଆତି ମାମଲା । ନକଲି ସିମକୁ ବ୍ୟବହାର କରି ଠକି ଚାଲିଛନ୍ତି ସାଇବର ଠକ । ଗୋଟିଏ ଫୋନ କଲରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ ଆଣିଛନ୍ତି । କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୨ ଲକ୍ଷ ନକଲି ସିମକୁ ଅଚଳ କରିଥିବା କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେବେ ବିଶେଷ କରି ସିମକାର୍ଡ ଡିଲରଙ୍କ ଉପରେ ପୁଲିସର ଏଣିକି କଡ଼ା ନଜର ରହିବ । ସରକାର ଆଣିଥିବା ନୂଆ ଗାଇଡଲାଇନରେ ସିମ କିଣାବିକାକୁ ନେଇ କିଛି ନୂଆ ନିୟମ ଲାଗୁ ହେବ । ପୂର୍ବରୁ ଗୋଟିଏ ପରିଚୟପତ୍ରରେ ୯ଟି ସିମକାର୍ଡ ମିଳୁଥିବାବେଳେ ଏବେ କେବଳ ୪ଟି ସିମ୍ ମିଳିବ । ସରକାର ୫୨ ଲକ୍ଷ ନକଲି ସିମକୁ ଅଚଳ କରିଥିବାବେଳେ ୬୭ହଜାର ସିମକାର୍ଡ ଡିଲରଙ୍କୁ କଳା ତାଲିକାଭୁକ୍ତ କରିଛନ୍ତି ।

ତେବେ ଲାଗୁ ହୋଇଥିବା ନିୟମ ଉଲ୍ଲଂଘନ କଲେ ସିମକାର୍ଡ ଡିଲରଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ୬୭ ହଜାର ସିମ୍ କାର୍ଡ଼ ଡ଼ିଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଥିବାବେଳେ ଏନେଇ ୩ ଶହ ମାମଲା ରୁଜୁ ହୋଇଛି ।

ସିମ୍ ଉପରେ କଟକଣା

  • ଅଚଳ କରାଗଲା ୫୨ ଲକ୍ଷ ନକଲି ସିମ୍
  • ୬୭ ହଜାର ଡ଼ିଲର କଳା ତାଲିକାଭୁକ୍ତ କରାଯାଇଛି
  • ଘଟଣାରେ ୩ ଶହ ମାମଲା ରୁଜୁ ହୋଇଛି
  • ୧୭ ହଜାର ମୋବାଇଲ ହ୍ୟାଣ୍ଡସେଟ ବ୍ଲକ୍
  • ଡ଼ିଲରଙ୍କ ପାଇଁ ବାୟୋମେଟ୍ରିକ ଏବଂ ପୋଲିସ ଭେରିଫିକେସନ ବାଧ୍ୟତାମୂଳକ
  • ନିୟମ ଉଲ୍ଲଙ୍ଘନ କଲେ ଡ଼ିଲରଙ୍କ ଉପରେ ୧୦ ଲକ୍ଷ ଜରିମାନା

ଅନ୍ୟପଟେ ବ୍ୟବସାୟରେ ବ୍ୟବହାର ପାଇଁ ଏକ ନିଦ୍ଦିଷ୍ଟ ନିୟମ ଅଣାଯିବ । ଏଭଳି କନେକ୍ସନ ଗୁଡ଼ିକ ପାଇଁ ବ୍ୟକ୍ତିିଗତ କେ-ୱାଇସି ବାଧ୍ୟତାମୂଳକ ହେବ । ଯଦି ଏକ କମ୍ପାନୀ ୪ ହଜାର ସିମ୍ ନେଉଛି । ତେବେ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ କେୱାଇସି କରିବାକୁ ପଡ଼ିବ । ୧୦ ଲକ୍ଷ ସିମ ଡ଼ିଲର ଅଛନ୍ତି ଏବଂ ପୋଲିସ ଭେରିଫିକେସନ ପାଇଁ ସେମାନଙ୍କୁ ଯଥେଷ୍ଟ ସମୟ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି
ସେହିପରି ପ୍ରାୟ ୬୬ ହଜାର ହ୍ୱାଟସପ ଆକାଉଁଟ ମଧ୍ୟ ବ୍ଳକ କରାଯାଇଛି । ଅଜଣା ଇଂଟରନ୍ୟାସନାଲ ନମ୍ବରଗୁଡ଼ିକରୁ ଲୋକଙ୍କୁ ହ୍ୱାଟସପରେ ବାରମ୍ବାର କଲ୍ ଆସୁଥିବାନେଇ ଅଭିଯୋଗ ପରେ ଏସବୁ ଆକାଉଂଟକୁ ବ୍ଲକ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.