ଅପନେ ତୋ ଅପନେ ହୋତେ ହେଁ…. ଚାରି ଦଶନ୍ଧି ପରେ ଧର୍ମେନ୍ଦ୍ରଙ୍କ ଦୁଇ ପରିବାର ଏକାଠି ହେଲେ

ଯାହା ଘଟି ନଥିଲା ୪୩ ବର୍ଷ ଭିତରେ ତାହା ଏବେ ଘଟିଛି ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ପରିବାରରେ

ଯାହା ଘଟି ନଥିଲା ୪୩ ବର୍ଷ ଭିତରେ ତାହା ଏବେ ଘଟିଛି ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ପରିବାରରେ । ଅତୀତର ସୁପରଷ୍ଟାର ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି । ପ୍ରଥମେ ସେ ପ୍ରକାଶଙ୍କୁ ବାହା ହୋଇଥିଲେ । ଯାହାଙ୍କ ଠାରୁ ସନ୍ନି ଦେଓଲ ଏବଂ ବବି ଦେଓଲଙ୍କ ଜନ୍ମ । ପରେ ସେ ପ୍ରେମରେ ପଡ଼ି ଡ୍ରିମ୍‌ଗାର୍ଲ ହେମାମାଳିନୀଙ୍କୁ ବାହା ହେଲେ । ହେମାଙ୍କର ଦୁଇଟି ଝିଅ ଅଛନ୍ତି । ତେବେ ହେମାଙ୍କ ବଡ଼ ଝିଅ ଇଶା ଦେଓଲଙ୍କ ବାହାଘର ହୋଇ ଧର୍ମେନ୍ଦ୍ର ନାତି ଦେଖି ସାରିଲେଣି କିନ୍ତୁ କେବେବି ତାଙ୍କର ଦୁଇ ପତ୍ନୀ ପ୍ରକାଶ ଓ ହେମା ସାମନା ସାମନି ହୋଇ ନାହାନ୍ତି । ଏମିତିକି ଭାଇ ଭଉଣୀଙ୍କ ଭିତରେ ବି କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଏ ।

ସନ୍ନି ଦେଓଲ ଓ ବବି ଦେଓଲଙ୍କ ସହ ତାଙ୍କ ଭଉଣୀମାନଙ୍କ ବାହାଘରରେ ବି ହେମା କେବେ ଦେଓଲ ପରିବାରର ଘର ମାଟି ମାଡ଼ି ନାହାନ୍ତି । ସେହିଭଳି ଇଶା ଦେଓଲଙ୍କ ବାହାଘରକୁ ମଧ୍ୟ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଆଉ କେହି ଆସି ନଥିଲେ । ନିକଟରେ ସନ୍ନିଙ୍କ ପୁଅ କରଣ ଦେଓଲଙ୍କର ବାହାଘର ହେଲା । ସମସ୍ତେ ଭାବିଲେ ଏଥିରେ ହେମାଙ୍କ ପରିବାର ଯୋଗ ଦେବେ । କେହି ନହେଲେ ମଧ୍ୟ ଇଶା ଦେଓଲ ନିଶ୍ଚୟ ଆସିବେ । ହେଲେ ସେମତି କିଛି ଘଟିଲା ନାହିଁ । ଅନେକ ସମୟରେ ସେମାନଙ୍କ ଦୁଇ ପରିବାରର ସମ୍ପର୍କକୁ ନେଇ ଖବର ଆସେ କିନ୍ତୁ ଉଭୟଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳେ ନାହିଁ ।

ଏସବୁ ଭିତରେ ଏବେ ଘଟିଛି ସବୁଠୁ ବଡ଼ ଘଟଣା । ଯାହା ଏହି ଷ୍ଟାର ପରିବାରର ଫ୍ୟାନ୍‌ମାନଙ୍କୁ ଆଶ୍ଚର୍ଯ୍ୟ ତ କରିଛି ତା ସହିତ ଖୁସି ବି ଆଣି ଦେଇଛି । ଗୋଟିଏ ଫଟୋରେ ଦେଖିବାକୁ ମିଳିଛନ୍ତି ସନ୍ନି ଦେଓଲ ଓ ବବି ଦେଓଲ ଭଉଣୀ ଇଶାଙ୍କ ସହ ଠିଆ ହୋଇଛନ୍ତି । ଏକ ଭିଡିଓ ସେୟାର କରି ନିଜେ ଧର୍ମେନ୍ଦ୍ର ଖୁବ୍‌ ଖୁସି ଜାହିର କରିଛନ୍ତି । ଲାଗୁଛି ଯେମିତି ତାଙ୍କର ବହୁ ଦିନର ଆଶା ଓ ସ୍ୱପ୍ନ ଏବେ ପୂରଣ ହୋଇଛି । ଟ୍ଵିଟରରେ ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ‘ଗଦ୍ଦର-୨ର ବଡ଼ ସଫଳତା ପାଇଁ ଆପଣମାନଙ୍କୁ ମୋର ବହୁତ ବହୁତ ସ୍ନେହ, ଏକଯୁଟ ହେବା ଏକ ବଡ଼ ଆଶୀର୍ବାଦ’ । ଯାହା ପରୋକ୍ଷରେ ତାଙ୍କର ଦୁଇ ପରିବାରର ମିଳନକୁ ସୂଚାଉଛି ।

deol-5

ସୂଚନା ଅନୁସାରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦ୍ଦର-୨’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ଆଠ ଦିନ ଭିତରେ ୩୦୦ କୋଟି କକେଲସନ୍‌ କରି ସାରିଲାଣି । ଏହା ଭିତରେ ଭଉଣୀ ଇଶା କୁଆଡ଼େ ଫିଲ୍ମର ଏକ ସ୍ପେସାଲ ସ୍କ୍ରିନିଂ ରଖିଥିଲେ । ସେଥିରେ ଦୁଇ ଭାଇ ସନ୍ନି ଓ ବବି ଯୋଗ ଦେଇଥିଲେ । ସେଥିରେ ଦୁଇ ଭାଇ ସନ୍ନି ଓ ବବି ଯୋଗ ଦେଇଥିଲେ । ଇଏ ସେହି ସମୟର ଫଟୋ ଏବଂ ଭିଡିଓ । ଯାହାକୁ ଇଶା ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି । ଇଶାଙ୍କ ସହ ମିଶି ସନ୍ନିଙ୍କ ଆଖିରେ ଲୁହ ଆସି ଯାଇଥିଲା ।

ଏବେ ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ଦୁଇ ସାବତ ଭାଇ ସନ୍ନି ଓ ବବି ଏବଂ ଅଭୟ ଦେଓଲ ଇଶାଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧିବେ ବୋଲି ଶୁଣିବାକୁ ମିଳୁଛି । .. ଲାଗୁଛି ଯେମିତି ଦେଓଲ ପରିବାର ବନାଇଥିବା ଫିଲ୍ମ ‘ଆପନେ’ର ଇଏ ଏକ କାହାଣୀ ।

 

View this post on Instagram

 

A post shared by Viral Bhayani (@viralbhayani)