ବିଜେପି ମଣ୍ଡଳ ସଭାପତିଙ୍କ କାର ଧକ୍କାରେ ବାଇକ ଆରୋହୀ ମୃତ
କୁମୁଡାପାଲିରେ ବାଇକକୁ ଧକ୍କା ଦେଲା କୋଲାବିରା ବିଜେପି ମଣ୍ଡଲ ସଭାପତି ରାଜେନ୍ଦ୍ର ଦାଶଙ୍କର କାର। ଫଳରେ ବାଇକରେ ଥିବା ଭାଇ ମୃତ, ଭଉଣୀ ଓ ଭାଣଜି ଗୁରୁତର ।

ଝାରସୁଗୁଡା(କେନ୍ୟୁଜ୍): କୋଲାବିରା ଜାତୀୟ ରାଜପଥ -୪୯ କୋଲାବିରା କୁମୁଡାପାଲିରେ ବାଇକକୁ ଧକ୍କା ଦେଲା କୋଲାବିରା ବିଜେପି ମଣ୍ଡଲ ସଭାପତି ରାଜେନ୍ଦ୍ର ଦାଶଙ୍କର କାର। ଫଳରେ ବାଇକରେ ଥିବା ଭାଇ ମୃତ, ଭଉଣୀ ଓ ଭାଣଜି ଗୁରୁତର । ମୃତକ ଜଣକ କୁମୁଡାପାଲିର ଅଞ୍ଜନ ପଟେଲ ଏବଂ ଗୁରୁତର ତାଙ୍କ ଭଉଣୀ ଅଞ୍ଜଳି ପଟେଲ ଓ ଭାଣଜି ଅନିଷ୍କା ପଟେଲ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ବାଇକ ଯୋଗେ ଯାଉଥିବା ଅଞ୍ଜନ ପଟେଲ ତାଙ୍କ ଭଉଣୀ ଏବଂ ଭାଣଜି କୁମୁଡାପାଲି ପଟୁ ଝାରସୁଗୁଡା ପଟକୁ ଆସୁଥିବା ବେଳେ ତାଙ୍କୁ ପଛ ପଟୁ ଆସୁଥିବା କୋଲାବିରା ମଣ୍ଡଳ ସଭାପତି ରାଜେନ୍ଦ୍ର ଦାଶଙ୍କର କାର ଧକ୍କା ଦେଇଥିଲା । ଫଳରେ ଅଞ୍ଜନ ପଟେଲ ପ୍ରାଣ ହରାଇ ଥିବା ବେଳେ ଭଉଣୀ ଅଞ୍ଜଳି ପଟେଲ ଓ ଭାଣଜି ଅନିଷ୍କା ପଟେଲ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ କାର ମାଲିକ ରାଜେନ୍ଦ୍ର ଦାଶ ମଧ୍ୟ ଆହତ ହୋଇ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।