Below header

କୋଭିଡ ପରେ ବଢ଼ୁଥିବା ଅଚାନକ ମୃତ୍ୟୁ ଉପରେ ଆଇସିଏମଆର କରୁଛି ବଡ଼ ଗବେଷଣା

ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବହଲ କୋଭିଡ ସଂକ୍ରମଣରୁ ଭଲ ହେବା ପରେ ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କର ହେଉଥିବା ମୃତ୍ୟୁ ଉପରେ ଗବେଷଣା ଜାରି ରଖିଛନ୍ତି । ଗୁଜୁରାଟ ଗାନ୍ଧିନଗର ଠାରେ ଆରମ୍ଭ ହେବାକୁ ଯାଉଛି ଗ୍ଲୋବାଲ ମେଡିସିନ ସମିଟ୍‌ । ଏହି ଅବସରରେ ଏକ ସାକ୍ଷାତକାର ଦେଇ ବହଲ ଏହା କହିଛନ୍ତି ।

କୋଭିଡ ପରେ ଦୁନିଆରେ ବିଶେଷକରି ଯୁବକଙ୍କ ଅଚାନକ ମୃୁତୁ୍ୟୃ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଇସିଏମଆର (ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ) ବଡ଼ ମହତ୍ୱପୂର୍ଣ୍ଣ ଅଧ୍ୟୟନ ଆରମ୍ଭ କରିଛି । ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବହଲ କୋଭିଡ ସଂକ୍ରମଣରୁ ଭଲ ହେବା ପରେ ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କର ହେଉଥିବା ମୃତ୍ୟୁ ଉପରେ ଗବେଷଣା ଜାରି ରଖିଛନ୍ତି । ଗୁଜୁରାଟ ଗାନ୍ଧିନଗର ଠାରେ ଆରମ୍ଭ ହେବାକୁ ଯାଉଛି ଗ୍ଲୋବାଲ ମେଡିସିନ ସମିଟ୍‌ । ଏହି ଅବସରରେ ଏକ ସାକ୍ଷାତକାର ଦେଇ ବହଲ ଏହା କହିଛନ୍ତି ।

ପ୍ରଥମତଃ କୋଭିଡ-୧୯ ର ପ୍ରକୋପର କାରଣ ବୁଝିବା ଓ ଦ୍ୱିତୀୟରେ ଅଚାନକ ମୃତ୍ୟୁର କାରଣ ଖୋଜିବା ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବହଲ କହିଛନ୍ତି । ଅଚାନକ ମୃତ୍ୟୁ ଅର୍ଥ ବ୍ୟକ୍ତି କୌଣସି ଅସୁସ୍ଥ କିମ୍ବା ରୋଗର ସୂଚନା ନଥାଇ ହଠାତ ମ ୃତ୍ୟୁ ହେବା ପଛର କାରଣ ପରୀକ୍ଷା ପାଇଁ ଆଇସିଏମଆର ୫୦ ଏଭଳି ଶବ ପରୀକ୍ଷା କରିଛି ।

ଆଗାମୀ ଦିନରେ ଏପରି ୧୦୦ ଶବର ପରୀକ୍ଷା କରିବାକୁ ଆଇସିଏମଆର ଲକ୍ଷ୍ୟ ରଖିଛି । ଯେବେ ଏହି ଶବ ପରୀକ୍ଷାର ଫଳାଫଳ ପୂର୍ବ କୋଭିଡ ବର୍ଷର ଫଳାଫଳ ସହ ତୁଳନା କରାଯାଏ,ତେବେ କୌଣସି ଏକ ଫଳାଫଳ ମିଳିବା ନେଇ ଆମେ ଆଶାବାଦୀ ବୋଲି ବହଲ କହିଛନ୍ତ ।

ମାନବ ଶରୀର ମଧ୍ୟରେ କିଛି ପରିବର୍ତ୍ତନ ହୋଇଛି କି ? ଯାହା କୋଭିଡ ପରେ ଅଚାନକ ଯୁବକଙ୍କ ଠାରେ ଦେଖାଦେଇଛି । ଯଦି ଗବେଷଣାରୁ କିଛି ପାର୍ଟନ ମିଳେ ତେବେ ମୁତ୍ୟୁର କାରଣ ଜଣାପଡିଯିବ । ଅନ୍ୟ ଉପାୟରେ ଭାରତରେ ୧୮ ରୁ ୪୫ ବର୍ଷ ଯୁବକଙ୍କ ମୁତ୍ୟୁର ଏକ ଡାଟା ପ୍ରସ୍ତୁତ କରାଯାଉଛି । ଏହା ଭାରତର ୪୦ କେନ୍ଦ୍ରରୁ ଡାଟା ସଂଗ୍ରହ କରାଯାଉଛି, ଯେଉଁଠି କୋଭିଡରୁ ମୁକ୍ତ ହେବା ପରେ ଗୋଟିଏ ବର୍ଷ ଯାଏ ସେମାନଙ୍କୁ ଫଲୋଅପ କରାଯାଉଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.