ଏଥର ସୋମବାର ୨୧ ଅଗଷ୍ଟରେ ପବିତ୍ର ନାଗ ପଞ୍ଚମୀ, କାଳସର୍ପ ଦୋଷ ରୁ ମୁକ୍ତି ପାଇବା ସହ ଦେବାଧିଦେବଙ୍କ କୃପା ଲାଭ ପାଇଁ କରନ୍ତୁ ଏହି ଉପାୟ

ଆସନ୍ତା ସୋମବାର ମାନେ ୨୧ ଅଗଷ୍ଟରେ ପବିତ୍ର ନାଗ ପଞ୍ଚମୀ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନାଗ ପଞ୍ଚମୀ ଦିନ ଉପବାସ ପାଳନ କରି ସର୍ପ ଦେବତାଙ୍କୁ ପୂଜା କଲେ ସର୍ପ ଦୋଷ ରୁ ମୁକ୍ତି ମିଳିବ । ଏହା ସହିତ ନାଗ ପଞ୍ଚମୀ ଦିନ କାଳସର୍ପ ଦୋଷ ଦୂର କରିବା ପାଇଁ କିଛି ଖାସ ଉପାୟ କରନ୍ତୁ । ଦେଖିବେ ନିହାତି ସଫଳ ହେବେ ।

ଆସନ୍ତା ସୋମବାର ମାନେ ୨୧ ଅଗଷ୍ଟରେ ପବିତ୍ର ନାଗ ପଞ୍ଚମୀ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନାଗ ପଞ୍ଚମୀ ଦିନ ଉପବାସ ପାଳନ କରି ସର୍ପ ଦେବତାଙ୍କୁ ପୂଜା କଲେ ସର୍ପ ଦୋଷ ରୁ ମୁକ୍ତି ମିଳିବ । ଏହା ସହିତ ନାଗ ପଞ୍ଚମୀ ଦିନ କାଳସର୍ପ ଦୋଷ ଦୂର କରିବା ପାଇଁ କିଛି ଖାସ ଉପାୟ କରନ୍ତୁ । ଦେଖିବେ ନିହାତି ସଫଳ ହେବେ ।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଜାତକରେ ଶୁଭ ତଥା ଅଶୁଭ ଯୋଗ ଭବିଷ୍ୟତ କୁ ପ୍ରଭାବ ପକାଇଥାଏ। ଜାତକରେ ଗ୍ରହମାନଙ୍କର ଉଦ୍ଦିଷ୍ଟ ସ୍ଥିତି ଜଣେ ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ମଧ୍ୟ କରେ । ଏହିପରି ଗୋଟିଏ ଯୋଗ ହେଉଛି କାଳସର୍ପ ଯୋଗ ।ଜ୍ଯୋତିଷଶାସ୍ତ୍ର ଅନୁସାରେ ଜନ୍ମକୁଣ୍ଡଳୀରେ ଯେତେବେଳେ ସମସ୍ତ ଗ୍ରହ ରାହୁ ଏବଂ କେତୁ ମଧ୍କୁ ଆସିଯାନ୍ତି , ସେଥିରେ କାଳସର୍ପ ଯୋଗ ସୃଷ୍ଟି ହୋଇଥାଏ। କାଳ ସର୍ପ ଦୋଷ ସ୍ଥିତି ଯେଉଁ କୁଣ୍ଡଳୀରେ ମିଳିଥାଏ, ସେମାନେ ତାଙ୍କ ଜୀବନରେ ସଂଘର୍ଷ ଏବଂ ସମସ୍ଯାରେ ବୁଡି ରହିଥାନ୍ତି। ପ୍ରତ୍ଯେକ କାର୍ଯ୍ଯରେ ବାଧା ଆସିଥାଏ। ଶିକ୍ଷା, ଚାକିରି, କ୍ଯାରିଅର, ବାଣିଜ୍ଯ ଏବଂ ସ୍ବାସ୍ଥ୍ଯ ମାମଲାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

ଏହା ସମ୍ପୁର୍ଣ୍ଣ ଭାବରେ ଜଣେ ବ୍ୟକ୍ତିଙ୍କ ଗ୍ରହ ନକ୍ଷତ୍ର ଉପରେ ନିର୍ଭର କରେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି ପରିସ୍ଥିତିରେ ଯାହାର ଜାତକରେ ଏହି ତ୍ରୁଟି ଦେଖାଯାଏ, ତାଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିପାଇଁ କିଛି ପ୍ରତିକାର କରିବା ଉଚିତ ଯାହା ଦ୍ୱାରା ଏହି ତ୍ରୁଟିଗୁଡିକ ଦୂର ହୋଇପାରିବ | ନାଗ ପଞ୍ଚମୀ ଦିନ ଏହି ନିୟମ କରିବା ଅଧିକ ଫଳପ୍ରଦ ହୋଇଥାଏ । ଏଥର ନାଗ ପଞ୍ଚମୀ ଶ୍ରାବଣ ମାସର ଶୁକ୍ଲ ପକ୍ଷ ପଞ୍ଚମୀରେ ଅର୍ଥାତ୍ ୨୧ ଅଗଷ୍ଟରେ ପାଳନ କରାଯିବ। ଏହି ଦିନ କାଳସର୍ପ ଦୋଷରୁ କିପରି ମୁକ୍ତି ପାଇପାରିବେ ଜାଣନ୍ତୁ ..

ନାଗ ଦେବତା ପ୍ରଭୁ ଭୋଳାନାଥଙ୍କର ଏକ ମୁଖ୍ୟ ଅଳଙ୍କାର ଯିଏ ତାଙ୍କ ଗଳାରେ ରୁହନ୍ତି । ସୋମବାର ଦିନ ସର୍ପ ଦେବତାଙ୍କ ସହିତ ପ୍ରଭୁ ଭୋଳାନାଥଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ ଏକ ପିତ୍ତଳ କଳସି ପାଣି ଅର୍ପଣ କରନ୍ତୁ । ପୂଜା କରିବା ପରେ ବେଲପତ୍ର, କ୍ଷୀର, ମିଠା ଏବଂ ଫୁଲ ଫଳ ଦିଅନ୍ତୁ । ଏହି ପୂଜା ପରେ ସର୍ପ ଦେବତାଙ୍କୁ ମଧ୍ୟ ପୂଜା କରନ୍ତୁ।ନାଗ ପଞ୍ଚାମି ଦିନ, କାଳ ସର୍ପଦୋଷ କୁ ହଟାଇବା ପାଇଁ ଯୋଡି ଭାବେ ପୂଜା କରିବା ଉଚିତ୍ । ଏମିତିରେ ଧନ ସମ୍ପଦ ବୃଦ୍ଧି ପାଏ । ଏହିଦିନ ପୂଜା କରିବାର ଶୁଭ ସମୟ ସକାଳ ୫:୫୩ ରୁ ସକାଳ ୮:୩୦ ପର୍ଯ୍ୟନ୍ତ ରହିଛି । ଏହି ଦିନ ସର୍ପ ଦେବତାଙ୍କୁ କ୍ଷୀର ଅର୍ପଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.