ସବୁଠୁ ଦାମୀ ପଥର ହୀରାର ଉତ୍ପତ୍ତିସ୍ଥଳ ଏହିଠାରେ ଅଛି, ଆଜି ଜାଣନ୍ତୁ

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିଶ୍ୱର ପ୍ରାୟ ୯୮ ପ୍ରତିଶତ ହୀରା ମାଟି ତଳେ ତିଆରି ହୁଏ । ଏହା ଆମେ ଦେଖୁଥିବା ମାଟିର ପ୍ରାୟ ୧୫୦ରୁ ୨୦୦ କିଲୋମିଟର ତଳ ଭାଗରେ ରହିଥାଏ । ଯେଉଁଠି ଚଟାଣ ମାଟି ସ୍ତର ଖୁବ୍‌ ଟାଣ ରହିଥାଏ । ପରେ ଏହା ମାଗମା ଜରିଆରେ ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ପୃଥିବୀର ଉପର ସ୍ତରକୁ ଆସିଥାଏ ।

ହୀରା, ଦୁନିଆର ସବୁଠୁ ଦାମୀ ପଥର । ସୁନା ଠୁ ବି ଯଦି କିଛି ଦୁର୍ଲଭ ଓ ମହଙ୍ଗା ଜିନିଷ ଅଛି ତେବେ ତାହା ହୀରା ହୋଇଥାଏ । ଆପଣ ଅନେକ ଥର ସୁନା ରୂପା ତିଆରି ଭିଡିଓ ଦେଖିଥିବେ କିନ୍ତୁ କେବେ ହୀରା କେମିତି ତିଆରି ହୁଏ, କିମ୍ବା କେଉଁଠୁ ଏହାର ଉତ୍ପତି ସେ ସାମ୍ପକରେ ଜାଣିଛନ୍ତି କି ? ଏହି ଦୁର୍ଲଭ ଜିନିଷ ମିଳିବା ଯେମିତି କଷ୍ଟ ଏହାକୁ ତିଆରି କରିବା ବି ଆହୁରି କଷ୍ଟ । କାରଣ ଏହାକୁ ତିଆରି କରିବା ପାଇଁ ଦୀର୍ଘ ସମୟ ଦରକାର ପଡିଥାଏ । ହୀରା ମାଟିର ଏତେ ଗଭୀରତା ମଧ୍ୟରେ ମିଳିଥାଏ, ଯେଉଁଠି ମଣିଷ ପହଞ୍ଚିବା ସହଜ ନୁହେଁ । ହୀରା ଭିତରେ ଥିବା ଖଣିଜ ପଦାର୍ଥରୁ ହିଁ ଏହା ସମ୍ପର୍କରେ ଜଣାପଡ଼େ । ଏଥିରୁ ତାହା କେତେ ପୁରୁଣା ସବୁ ଅନୁମାନ ମଧ୍ୟ ଲଗାଯାଇ ପାରେ ।

ଏହି ପଥର ବିଷୟରେ ବହୁତ କମ ଲୋକେ ଜାଣନ୍ତି କି ଏହା କେମିତି ତିଆରି ହୋଇଥାଏ । ପ୍ରକୃତରେ ଅନେକ ଜାଣିଥାନ୍ତି କି ଏହି ହୀରା କୋଇଲା ଖଣିରୁ ହିଁ ମିଳେ । କିନ୍ତୁ ହୀରାର ପ୍ରାକୃତିକ ରୂପରେ ତିଆରି ହେବାର କାହାଣୀ କିଛି ଅଲଗା ରହିଛି ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିଶ୍ୱର ପ୍ରାୟ ୯୮ ପ୍ରତିଶତ ହୀରା ମାଟି ତଳେ ତିଆରି ହୁଏ । ଏହା ଆମେ ଦେଖୁଥିବା ମାଟିର ପ୍ରାୟ ୧୫୦ରୁ ୨୦୦ କିଲୋମିଟର ତଳ ଭାଗରେ ରହିଥାଏ । ଯେଉଁଠି ଚଟାଣ ମାଟି ସ୍ତର ଖୁବ୍‌ ଟାଣ ରହିଥାଏ । ପରେ ଏହା ମାଗମା ଜରିଆରେ ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ପୃଥିବୀର ଉପର ସ୍ତରକୁ ଆସିଥାଏ । ତେବେ ଏହା ଏକ ସ୍ୱତନ୍ତ୍ର ପ୍ରକାରରେ ହିଁ ଲୁଚି ରହିଥାଏ । ଏହି ଦୁର୍ଲଭ ହୀରା ପୃଥିବୀ ଭିତରେ ମାଟି ତଳେ ପ୍ରାୟ ୮ ଶହ କିଲୋମିଟର ଗଭୀରରେ ତିଆରି ହୁଏ । ଯେତେବେଳେ କି ବାକି ସବୁ ମୂଲ୍ୟବାନ ପଥର ମାଟି ତଳେ ୩୦ରୁ ୫୦କିଲୋମିଟର ମଧ୍ୟରେ ରହିଥାଏ ।

business today
pc: business today

ବିଜ୍ଞାନ ଯେତେ ଅଗ୍ରଗତି କରିଥିଲେ ମଧ୍ୟ ମଣିଷ ଏବେ ବି ପୃଥିବୀ ତଳକୁ ୧୨ କିଲୋମିଟର ଯାଏ ବି ଯାଇ ପାରି ନାହିଁ । କିନ୍ତୁ ଏହି ସୂଚନା ବୈଜ୍ଞାନିକଙ୍କୁ ହୀରା ମଧ୍ୟରେ ଫସି ରହିଥିବା ଫାରେନାଇଟ କ୍ରିଷ୍ଟାଲରୁ ମିଳିଛି । ଯାହା ଅନେକ ଥର ହୀରା ତିଆରି ସମୟରେ ସେଥି ମଧ୍ୟରେ ରହି ଯାଇଥାଏ ।

ହୀରା ଭିତରେ ଥିବା ପଦାର୍ଥକୁ ପରୀକ୍ଷା କରି ବୈଜ୍ଞାନିକମାନେ ଏକଥା ଜାଣି ପାରିଛନ୍ତି କି ଅଧିକାଂଶ ହୀରା ପୃଥିବୀ ତଳେ ଏକ କଠିନ ଚଟାଣରେ କାର୍ବନ ଫ୍ଲୁଇଡ୍‌ ହୋଇ ରହିଥାଏ । ଯେବେ ଏହା ଉପରକୁ ଆସିଥାଏ ସେହି ସମୟରେ ତା ଉପରେ ପଡୁଥିବା ଚାପ ଓ ଅଧିକ ତାପମାତ୍ରା ଯୋଗୁଁ କାର୍ବନ କ୍ରିଷ୍ଟାଲରେ ପରିଣତ ହୋଇଯାଏ । ଆଉ ଏହି ଦ୍ରବ୍ୟ ହୀରାରେ ପରିଣତ ହୋଇଥାଏ ।

ଦୁନିଆର ଅନେକ ହୀରା ମଧ୍ୟରୁ ଏକଥା ବି ଜଣା ପଡିଥାଏ କି କିଛି ହୀରା ତ ହଜାର ହଜାର ବର୍ଷ ପୁରୁଣା । ଏମିତିକି କିଛି ହୀରାର ବୟସ ୩.୫ ବିଲିୟନ ଠାରୁ ୯ କୋଟି ବର୍ଷ ପର୍ଯ୍ୟନ୍ତ ରହିଛି ବୋଲି ଜଣାପଡିଛି । ଇତିହାସକୁ ଯଦି ଦେଖିବା ତେବେ ହୀରା ମଧ୍ୟ ଅଲଗା ଅଲଗା ଭୂଭାଗରେ ନିର୍ମିତ ହୋଇଛି । ଏହା ଭୂଭାଗରେ ପ୍ରାକୃତିକ ପ୍ରକ୍ରିୟାରେ ହିଁ ନିର୍ମାଣ ହୁଏ । ଏହିଭଳି ଆହୁରି ବି ଶୁଦ୍ଧ ହୀରା ରହିଛି ଯାହାର ଜଳଚକ୍ର, କାର୍ବନ ଚକ୍ର ଭଳି ବିଭିନ୍ନ ପ୍ରକ୍ରିୟା ଦେଇ ଗତି କରେ । ଆଉ ଏହି ପ୍ରକ୍ରିୟା ଶହ ଶହ ବର୍ଷ ଧରି ପ୍ରଭାବ ପକାଇବା ପରେ ତାହା ହୀରାରେ ବଦଳିଯାଏ । ଏବେ ଜାଣିଲେ ତ ହୀରା କେମିତି ତିଆରି ହୋଇଥାଏ ଆଉ କିଏ ଏହାକୁ ତିଆରି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.