ବାଇକରେ ପାଙ୍ଗଙ୍ଗ ଲେକ ଗଲେ ରାହୁଳ ଗାନ୍ଧି, ପାଳନ କରିବେ ବାପା ରାଜୀବ ଗାନ୍ଧିଙ୍କ ଜୟନ୍ତୀ
ଲଦାଖରୁ ପାଙ୍ଗଙ୍ଗ ଲେକକୁ ବାଇକରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲଙ୍କ ବାଇକ ଜର୍ଣ୍ଣିଂ ନେଇ କଂଗ୍ରେସ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି। ଏହାକୁ ରାହୁଲ ଗାନ୍ଧି ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ରାହୁଳଙ୍କ ପଦଯାତ୍ରା ହେଉ ବା ବିଦେଶ ଗସ୍ତ । ସର୍ବଦା କିଛି ନା କିଛି କହି ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଳ ଗାନ୍ଧି । ଏଥର ବି ସେମିତି ତାଙ୍କର ଲଦାଖ ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଲଦାଖରୁ ରାହୁଳ ଆରମ୍ଭ କରିଛନ୍ତି ତାଙ୍କର ବାଇକ ଯାତ୍ରା ।
ଲଦାଖରୁ ପାଙ୍ଗଙ୍ଗ ଲେକକୁ ବାଇକରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲଙ୍କ ବାଇକ ଜର୍ଣ୍ଣିଂ ନେଇ କଂଗ୍ରେସ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି। ଏହାକୁ ରାହୁଲ ଗାନ୍ଧି ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ପାଙ୍ଗଙ୍ଗ ଲେକ ବିଶ୍ବର ଅନ୍ୟତମ ସୁନ୍ଦରତମ ସ୍ଥାନ ବୋଲି ତାଙ୍କ ବାପା ରାଜୀବ ଗାନ୍ଧି କୁହନ୍ତି ବୋଲି କହିଛନ୍ତି ରାହୁଲ। ଆସନ୍ତାକାଲି ରାଜୀବ ଗାନ୍ଧିଙ୍କ ଜୟନ୍ତୀରେ ରାହୁଲ ସେଠାରେ ପୂଜାର୍ଚ୍ଚନା କରିବେ ବୋଲି କହିଛନ୍ତି ରାହୁଳ ।
View this post on Instagram
ରାହୁଳ ଲଦାଖର ଯୁବ କଂଗ୍ରେସ ନେତା ଓ କର୍ମୀଙ୍କ ସହ ଭେଟି ଆଲୋଚନା କରିଥିଲେ । ସେଠାରେ ମଧ୍ୟ ଏକ ଫୁଟବଲ ମ୍ୟାଚ ଖେଲିଥିଲେ । ସେଠାରେ ରାହୁଳ କହିଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଦେଶର ସବୁ ପ୍ରତିଷ୍ଠାନରେ ତାଙ୍କର ଲୋକଙ୍କୁ ରଖୁଛନ୍ତି । ଆରଏସଏସ ସବୁ କିଛି ଚଳାଉଛନ୍ତି । କେନ୍ଦ୍ର ସରକାରକୁ ମଧ୍ୟ ଆରଏସଏସ ପ୍ରତିନିଧି ଚଳାଉଛନ୍ତି । ସେ ଆହୁରି ମଧ୍ୟ କହିଥିଲେ, ଯଦି କେଉଁ ମନ୍ତ୍ରୀଙ୍କୁ ପଚାରିବେ ସେ ମଧ୍ୟ କହିବେ ଯେ ସେ ସରକାର ଚଳାଉ ନାହାଁନ୍ତି ।