Below header

ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ନାବାଳିକାକୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତର ନାଁ ଶିବୁ ପଟ୍ଟନାୟକ । ଘର ଅମଲାପଡ଼ାରେ । ଘଟଣାଦିନ ରାତିରେ ଉତ୍କଳିକା ବାରଣ୍ଡାରେ ଏକ ଯାଯାବର ପରିବାର ନାବାଳିକା ନିଜ ସଂପର୍କୀୟଙ୍କ ସହ ଶୋଇଥିବା ବେଳେ ଅଭିଯୁକ୍ତ ଶିବୁ ପଟ୍ଟନାୟକ ତା ପାଟି ବନ୍ଦ କରି ଉଠାଇନେଇଥିଲା । ସେଠାରୁ ଆହାର କେନ୍ଦ୍ର ପଛ ପଟକୁ ନେଇ ନାବାଳିକାକୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା । ଆଉ ଦୁଷ୍କର୍ମ ପରେ ନାବାଳିକାକୁ ଘଟଣାସ୍ଥଳରୁ କିଛି ଦୂରରେ ଫିଙ୍ଗି ପଳାଇଥିଲା । ରବିବାର ଘଟଣା ସଂପର୍କରେ ଜଣାପଡ଼ିବା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଶିବୁ ପଟ୍ଟନାୟକକୁ ପୋଲିସ ଗିରଫ କରିଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରିଥିବା ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.